www.samajalive.in
Monday, December 8, 2025
24.1 C
Bhubaneswar

ଅଷ୍ଟ୍ରେଲିଆରେ ରେକର୍ଡ଼ କଲା ‘ମିଶନ ମଙ୍ଗଳ’

ମୁମ୍ବଇ : ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ମିଶନ ମଙ୍ଗଳ’ ଦେଶର ଅଦମ୍ୟ ସଫଳତା ହାସଲ କରିବା ସହ ବିଦେଶରେ ମଧ୍ୟ ନୂଆ ନୂଆ ରେକର୍ଡ଼ ସୃଷ୍ଟି କରି ଚାଲିଛି। ସୂଚନା ଅନୁସାରେ, ‘ମିଶନ ମଙ୍ଗଳ’ ଅଷ୍ଟ୍ରେଲିଆରେ ଅକ୍ଷୟଙ୍କର ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ପାଲଟିଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଏହି ସୂଚନା ଦେଇଛନ୍ତି। ତାଙ୍କ କହିବାନୁସାରେ, ୧ ସେପ୍ଟେମ୍ବର ସୁଦ୍ଧା ଅଷ୍ଟ୍ରେଲିଆରେ ଏହି ଚଳଚ୍ଚିତ୍ର ମୋଟ୍‍ ୨ କୋଟି ୯୧ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ଏହା ଅଷ୍ଟ୍ରେଲିଆରେ ହାଉସଫୁଲ୍‍ ସିରିଜ୍‍, କେଶରୀ, ପ୍ୟାଡ଼୍‍ମ୍ୟାନ୍‍ ଓ ଅକ୍ଷୟଙ୍କ ବାକି ଚଳଚ୍ଚିତ୍ରର ଆୟ ରେକର୍ଡ଼ ଭାଙ୍ଗିଛି।
ସୂଚନାଯୋଗ୍ୟ, ୧୫ ଅଗଷ୍ଟରେ ମୁକ୍ତିଲାଭ କରିବା ଏହି ଚଳଚ୍ଚିତ୍ର ବର୍ତ୍ତମାନ ସୁଦ୍ଧା ଭାରତରେ ୧୮୭ କୋଟିରୁ ଅଧିକ ଆୟ କରିଛି। ଏହାର ବଜେଟ୍‍ ୩୨ କୋଟି ଟଙ୍କା ରହିଛି। ଅକ୍ଷୟଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ବିଦ୍ୟା ବାଲନ, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, କୀର୍ତ୍ତି କୁହ୍ଲାରୀ ଓ ଶରମନ ଜୋଶୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories