ଭୁବନେଶ୍ବର: ୫ ବର୍ଷରୁ କମ ଓ ଗର୍ଭବତୀଙ୍କୁ ଟିକାକରଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୧୧ରୁ ମିଶନ ଇନ୍ଦ୍ରଧନୁ ଅଭିଯାନ ଆରମ୍ଭ କରାଯିବ। ବର୍ତ୍ତମାନ ଏହି ମିଶନରେ ୫ବର୍ଷର କମ ପିଲାଙ୍କୁ ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୧୧ରୁ ୧୬ ପର୍ଯ୍ୟନ୍ତ ଟିକା ଦିଆଯିବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅକ୍ଟୋବର ଟିକାକରଣ ୯ରୁ ଆରମ୍ଭ ହେବ ଏବଂ ଏହା ୧୪ ପର୍ଯ୍ୟନ୍ତ ଚାଲିବ। ତୃତୀୟ ପର୍ଯ୍ୟାୟ ଟିକାକରଣ ନଭେମ୍ବର ୬ରୁ ଆରମ୍ଭ କରାଯିବ ଏବଂ ଏହି ଟିକାକାରଣ ପ୍ରକ୍ରିୟା ନଭେମ୍ବର ୧୧ ଯାଏଁ ଜାରି ରହିବ। ସପ୍ତାହକୁ ୬ ଦିନ ଟିକା ଦିଆଯିବ ଏବଂ ଯେଉଁ ଡୋଜ ବାକି ଥିବ ସେହି ଟିକା ବି ଦେଇହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



