www.samajalive.in
Saturday, December 6, 2025
23.1 C
Bhubaneswar

୧୨ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ଝିଅ

ମାଲକାନଗିରି: ମାଲକାନଗିରି ଜିଲା ମାଥିଲି ଥାନା କଦମଗୁଡ଼ା ଗ୍ରାମର ରଘୁନାଥ ଭୂମିଆଙ୍କ ଝିଅ ତୁୁଳସୀ ଭୂମିଆ ଓରଫ ପୂଜା ଦୀର୍ଘ ୧୨ବର୍ଷ ତଳେ ଅର୍ଥାତ୍‍ ୨୦୦୮ ମସିହାରେ କେଉଁଆଡେ ନିଖୋଜ ହୋଇଯାଇଥିଲେ। ୧୨ବର୍ଷ ପରେ ନିଖୋଜ ଝିଅ ପୂଜା ଘରକୁ ଫେରିଛନ୍ତି। ସେହି ସମୟରେ ତାଙ୍କ ପରିବାରବର୍ଗ ବନ୍ଧୁବାନ୍ଧବଙ୍କ ଗ୍ରାମଗୁଡିକରେ ଖୋଜାଖୋଜି କରାଯାଇଥିଲା। ପୂଜାର କୌଣସି ସନ୍ଧାନ ମିଳି ନ ଥିଲା । ଶେଷେରେ ନିରାଶ ହୋଇ ପରିବାର ଲୋକେ ଦିନ କଟୁଥିଲେ। ପୂଜା କୌଣସି ମତେ ୨୦୨୦ ମେରେ ସାମାଜିକ ଗଣମାଧ୍ୟମ ଦ୍ୱାରା ତାଙ୍କ ଗ୍ରାମର ଘେନା ଭୂମିଆଙ୍କ ଫୋନ ନମ୍ବର ଜାଣି ତାଙ୍କ ସହ ଯୋଗାଯୋଗ କରିଥିଲେ। ଦିଲ୍ଲୀସ୍ଥିତ ରାଜେନ୍ଦ୍ର ନଗର, ଶଙ୍କର ରୋଡ୍‍ ପ୍ଲଟ ନଂ ୧୧୫ର ବାସିନ୍ଦା ଲାଲ ଭବାନୀ ନାମକ ଏକ ହୋଟେଲ ମାଲିକଙ୍କ ଘରେ ରୋଷେୟା ଭାବେ ପୂଜା କାମ କରୁଥିଲେ।

ସେ ଘରକୁ ଆସିବା ପାଇଁ ଚାହୁଁଥିବା ବେଳେ ମାଲିକ ଛାଡିବା ପାଇଁ ନାରାଜ ଥିଲେ। ଏହି ଖବର ପାଇବା ପରେ ଝିଅକୁ ଘରକୁ ଫେରାଇ ଆଣିବା ପାଇଁ ରଘୁନାଥ ଭୂମିଆ ଜିଲା ପ୍ରଶାସନ, ମାଲକାନଗିରି ଜିଲା ଶ୍ରମ କାର୍ୟ୍ୟାଳୟ ଓ ମାଥିଲି ଥାନାର ଦ୍ୱାରସ୍ଥ ହୋଇଥିଲେ। ଜିଲାପାଳ ମନିଷ ଅଗ୍ରୱାଲଙ୍କ ନିର୍ଦେଶକ୍ରମେ ସହକାରୀ ଶ୍ରମ ଅଧିକାରୀ ପ୍ରଶନ୍ନ କୁମାର ପ୍ରଧାନ, ଉକ୍ତ ଝିଅର ଭାଇ ଚକ୍ର ଭୂମିଆ ଗତ ୦୪।୧୧।୨୦୨୦ ତାରିଖରେ ତୁଳସୀକୁ ଉଦ୍ଧାର କରି ଘରକୁ ଫେରାଇ ଆଣିବା ପାଇଁ ଦିଲ୍ଲୀ ଅଭିମୁଖେ ଯାଇଥିଲେ। ସେଠାରେ ଦିଲ୍ଲୀ ସରକାରଙ୍କ ଶ୍ରମ ବିଭାଗ ଓ ଟିଫ୍‍ ରେସିଡେଣ୍ଟ କମିଶନର ଓଡ଼ିଶା ଭବନ ନୁଆଦିଲ୍ଲୀସ୍ଥିତ ଯୋଗାଯୋଗ କରି ସେଠାକାର ସହାୟତାରେ ତୁଳସୀଙ୍କୁ ଉଦ୍ଧାର କରାଯାଇଥିଲା। ପରେ ନିଜସ୍ୱ ଗ୍ରାମକୁ ଗତକାଲି ଫେରାଇ ଆଣିଥିଲେ। ଦୀର୍ଘ ଦିନ ପରେ ପୁନର୍ବାର ନିଜର ଝିଅ ଘରକୁ ଫେରି ଆସିବାରୁ ପରିବାର ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ପରିବାରବର୍ଗ ତରଫରୁ ଜିଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories