www.samajalive.in
Monday, December 15, 2025
27.1 C
Bhubaneswar

ରେଳଧାରଣାରେ କାଠଗଣ୍ଡି ବାନ୍ଧିଲେ ଦୁର୍ବୃତ୍ତ, ଦୁର୍ଘଟଣାରୁ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ

ସମାଜ ଡିଜିଟାଲ ଡେସ୍କ: ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ଉଦ୍ୟମ କରି ରେଳଧାରଣାରେ କାଠଗଣ୍ଡି ବାନ୍ଧିଲେ ଦୁର୍ବୃତ୍ତ। ହେଲେ ଟ୍ରେନ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ରାଜଧାନୀ ଏକ୍ସପ୍ରେସ ସମେତ ୨ଟି ଯାତ୍ରୀବାହୀ ଟ୍ରେନ। ଉତ୍ତରପ୍ରଦେଶର ହର୍ଦୋଇ ଜିଲାରୁ ଏହି ଘଟଣା ସାମ୍ନାକୁ ଆସିଛି।

ସୋମବାର ସନ୍ଧାରେ ଧଲେନନଗର ଏବଂ ଉମରତାଲି ଷ୍ଟେସନ ମଧ୍ୟଭାଗ ରେଳ ଧାରଣାରେ କାଠଗଣ୍ଡି ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା। ସେହି ରୁଟ୍‌ରେ ଆସୁଥିବା ରାଜଧାନୀ ଏକ୍ସପ୍ରେସର ଲୋକୋ ପାଇଲଟ୍‌ ଜରୁରିକାଳୀନ ବ୍ରେକ୍‌ ଲଗାଇ ଟ୍ରେନକୁ ଅଟକାଇଥିଲେ। ନିଜେ ଟ୍ରେନରୁ ଓହ୍ଲାଇ ଧାରଣାରୁ କାଠଗଣ୍ଡି ହଟାଇଥିଲେ। ପରେ ସେ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ।

- Advertisement -

ଅନୁରୂପ ଭାବେ କାଠଗୋଦାମ ଏକ୍ସପ୍ରେସ ମଧ୍ୟ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଅନ୍ୟ ଏକ ସ୍ଥାନରେ ରେଳଧାରଣାରେ କାଠ ଗଣ୍ଡି ବନ୍ଧାଯାଇ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଦୁର୍ଘଟଣା ଟଳି ଯାଇଥିଲା। ଜିଆରପି, ଆରପିଏଫ ଏବଂ ସ୍ଥାନୀୟ ପୁଲିସ ଦ୍ଵାରା ଏହାର ତଦନ୍ତ କରାଯାଉଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories