www.samajalive.in
Friday, December 5, 2025
20.1 C
Bhubaneswar

ପୁଲିସ କର୍ମଚାରୀଙ୍କ ବାଇକ ଓ ସ୍କୁଟି ଜାଳିଦେଲେ ଦୁର୍ବୃତ୍ତ

ଗୋପାଳପୁର: ଗୋପାଳପୁର ଥାନାରେ କାର୍ଯ୍ୟରତ ହୋମଗାର୍ଡ ତଥା ରେଉସାହି ନିବାସୀ ଆନୀସ୍ ଖାନଙ୍କ ଘର ସମ୍ମୁଖରେ ଥିବା ତାଙ୍କ ସ୍କୁଟି ଓ ବାଇକଙ୍କୁ ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଛନ୍ତି। ହୋମଗାର୍ଡ ଆନୀସ୍ ଶୁକ୍ରବାର ରାତି ପ୍ରାୟ ୧୨ଟା ୨୦ ସମୟରେ ଡ୍ୟୁଟି ସାରି ଘରକୁ ଫେରି ବାଇକ (ଓଡ଼ି ୦୭ ଜି ୯୨୭୮)କଚ ଘର ସମ୍ମୁଖରେ ରଖି ଭିତରକୁ ଯାଇଥିଲେ। ପୂର୍ବରୁ ତାଙ୍କ ବାପାଙ୍କ ସ୍କୁଟି (ଓଡ଼ି ୦୭ ୱାଇ ୭୨୭୩) ଘର ସମ୍ମୁଖରେ ରହିଥିଲା। ଆନିସ ଘରକୁ ଯିବାର କିଛି ସମୟ ପରେ ବାହାରେ ଦୁଇଟି ଗାଡ଼ି ନିଆଁ ଲାଗି ଜଳୁଥିବା ତାଙ୍କ ପତ୍ନୀ ଦେଖିଥିଲେ। ପରିବାର ଲୋକେ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗାଡ଼ି ଦୁଇଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏ ନେଇ ଆନିସ ଗୋପାଳପୁର ଥାନାକୁ ଖବର ଦେବା ପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ଓ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଆନିସ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା(୧୧୨/୨୫) ହୋଇ ଘଟଣାର ତଦନ୍ତ ଚାଲିଛି। ପୂର୍ବ ଶତ୍ରୁତା ଯୋଗୁଁ ଏଭଳି କାଣ୍ଡ ଘଟିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories