www.samajalive.in
Saturday, December 6, 2025
14.1 C
Bhubaneswar

ରେଳ ଷ୍ଟେସନରୁ ନାବାଳିକା ଉଦ୍ଧାର

ଟିଟିଲାଗଡ଼ : ଟିଟିଲାଗଡ ରେଳ ଷ୍ଟେସନରୁ ଗୁରୁବାର ଜଣେ ନାବାଳିକାଙ୍କୁ ରେଲବାଇ ପୁଲିସ ଉଦ୍ଧାର କରିଛି। ଟିଟିଲାଗଡ ଆଧାର ଚାଇଲ୍ଡ ଲାଇନ ଟିମ ପହଞ୍ଚି ନାବାଳିକାଙ୍କୁ ନିଜ ହେପାଜତକୁ ନେଇଛନ୍ତି। ଏନେଇ ଚାଇଲ୍ଡ ଲାଇନ ସଦସ୍ୟ ଶିବାନନ୍ଦ ବେହେରାଙ୍କ ସୁତ୍ରରୁ ପ୍ରକାଶ ଯେ, ଆଜି ପୂର୍ବାହ୍ନରେ ଜଣେ ୧୫/୧୬ ବର୍ଷର ନାବାଳିକା ରେଳ ଷ୍ଟେସନର ପ୍ଲାଟଫର୍ମରେ ଇତସ୍ତତ ବୁଲୁଥିବା ନେଇ ସନ୍ଦେହରେ ରେଲବାଇ ପୁଲିସ ତାଙ୍କୁ ପଚରାଉଚୁରା କରିଥିଲା। ତେବେ ନାବାଳିକା ଜଣକ ନିଜ ଘର କୋଉଠି କହିପାରି ନଥିଲା। ତାକୁ ପିଲା ଦିନରୁ ସମ୍ବଲପୁରରେ ଜଣେ ଲୋକ ରଖି କାମ କରାଉଥିଲେ। ସେଠାରେ ତାକୁ ମାଲିକ ମାରଧର ସହ ନିର୍ଯ୍ୟାତନା ଅଧିକ ଦେବା ନେଇ ସେ ଟ୍ରେନରେ ଚାଲିଆସିଥିଲା। ରେଳବାଇ ପୁଲିସ ଠାରୁ ସୂଚନା ପାଇ ଚାଇଲ୍ଡ ଲାଇନ ପକ୍ଷରୁ ନାବାଳିକାକୁ ନିଜ ହେପାଜତରେ ନିଆଯାଇଛି। ଆଜି ବଲାଙ୍ଗିର ଶିଶୁ ମଙ୍ଗଳ କମିଟିର ପାଖରେ ନେଇ ଜିମା ଦେବେ ବୋଲି ଶ୍ରୀ ବେହେରା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories