www.samajalive.in
Saturday, December 6, 2025
15.1 C
Bhubaneswar

ଘରେ ଆଶ୍ରୟ ଦେଇଥିବା ବନ୍ଧୁର ୫ ବର୍ଷ ଝିଅକୁ ଅପହରଣ କଲା ବନ୍ଧୁ, ତିନି ଦିନ ପରେ ଉଦ୍ଧାର କଲା ପୁଲିସ

ବୌଦ୍ଧ: ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅର୍ନ୍ତଗତ ବାଦିକଟା ଗ୍ରାମରେ ଜଣେ ଯୁବକ ନିଜ ସାଙ୍ଗକୁ ଅସମୟରେ ଘରେ ଆଶ୍ରୟ ଦେଇଥିବାବେଳେ ତାଙ୍କର ୫ ବର୍ଷର ଝିଅକୁ ଅପହରଣ କରି ଫେରାର ହୋଇଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅପହରଣର ତିନିଦିନ ପରେ ବାଉଁଶୁଣୀ ପୁଲିସ ଝିଅକୁ ଉଦ୍ଧାର କରିବାରେ ସଫଳ ହୋଇଥିବାବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି।

ବାଉଁଶୁଣୀ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବାଦିକଟା ଗ୍ରାମର ରାଜ ବାଦିଙ୍କ ଘରେ ତାଙ୍କର ବନ୍ଧୁ ବିଚିକା ଗ୍ରାମର ରାଜୀବ କୁମ୍ଭାର ଏକମାସ ହେବ ରହିଆସୁଥିଲେ। ରାଜୀବ ବନ୍ଧୁ ପତ୍ନୀ ଉପରେ ଖରାପ ନଜର ରଖିବା ସହିତ ତାଙ୍କର ୫ବର୍ଷର ଝିଅକୁ ନେଇ ପଳାଇବାକୁ ବାରମ୍ବାର ଧମକ ଦେଇଆସୁଥିଲେ। ଏହାକୁ ନେଇ ଉଭୟ ବନ୍ଧୁଙ୍କ ମଧ୍ୟରେ ଝଗଡା ହୋଇଥିଲା। ଗତ ୨୦ ତାରିଖ ଦିନ ହଠାତ୍‍ ରାଜୀବ ବନ୍ଧୁର ୫ ବର୍ଷର ଝିଅକୁ ଅପହରଣ କରି ଫେରାର ହୋଇଯାଇଥିଲା। ଝିଅକୁ ଖୋଜାଖୋଜି କରି ନପାଇବାରୁ ରାଜ ୨୧ ତାରିଖ ଦିନ ବାଉଁଶୁଣୀ ଥାନାରେ ତାଙ୍କ ଝିଅକୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ବାଉଁଶୁଣୀ ପୁଲିସ ଥାନା କେସ ନମ୍ବର ୧୨୮/୨୦ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅପହରଣର ତିନିଦିନ ପରେ ରବିବାର ଦିନ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବାଉଁଶୁଣୀ ପୋଲିସ ମନମୁଣ୍ଡା ଥାନା ପୁରୁଣାପାଣି ଗ୍ରାମର ଏକ ଘର ଉପରେ ଚଢାଉ କରି ନାବାଳିକାକୁ ଉଦ୍ଧାର କରିବାରେ ସଫଳ ହୋଇଥିବା ଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁ ପ୍ରକାଶ କରିଛନ୍ତି। କିନ୍ତୁ ଅଭିଯୁକ୍ତ ରାଜୀବ ପୁଲିସ ଚଢାଉ ପୂର୍ବରୁ ସେଠାରୁ ଖସି ପଳାଇବାରେ ସଫଳ ହୋଇଥିବା ଜଣାଯାଇଛି। ନାବାଳିକାକୁ ତାର ପିତା ମାତାକୁ ହସ୍ତାନ୍ତର କରାଯିବ ବୋଲି ଥାନା ସୂତ୍ରରୁ ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories