ସମାଜ ଡିଜିଟାଲ ଡେସ୍କ: ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛାତ ଉପରୁ ମିଳିଲା ନାବାଳକର ମୃତଦେହ। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ଗ୍ରାମରେ। ଗାଁରେ ଥିବା ପୁରୁଣା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛାତ ଉପରୁ ରବିବାର ଜଣେ ୭ ବର୍ଷୀୟ ନାବାଳକର ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ନାବାଳକ ନାଁ ହେଉଛି ଅରୁଣ ବବୋଙ୍ଗା।
ଅରୁଣ କୌଣସି କାରଣରୁ ଛାତ ଉପରକୁ ଯାଇଥିଲେ। ଛାତ ଉପରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।



