ରେଳମନ୍ତ୍ରୀଙ୍କ ପତ୍ନୀଙ୍କ କମ୍ପାନୀ; ୧୦ବର୍ଷରେ ୧ଲକ୍ଷ ହେଲା ୩୦କୋଟି

0

ନୂଆଦିଲ୍ଲୀ: ରେଳମନ୍ତ୍ରୀ ପୁୟୂସ ଗୋୟେଲଙ୍କ ପତ୍ନୀଙ୍କ ନାମରେ ଥିବା କମ୍ପାନୀ ମାତ୍ର ୧୦ ବର୍ଷ ମଧ୍ୟରେ ୧ଲକ୍ଷ ଟଙ୍କାରୁ ୩୦କୋଟିରେ ପରିଣତ ହେଲା କିପରି? ବୋଲି କଂଗ୍ରେସ ପ୍ରଶ୍ନ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ଦାବୀ କରିଛନ୍ତି। କା’ଣ ପିୟୂସ ଗୋୟେଲଙ୍କ ପତ୍ନୀ ସୀମା ଗୋୟେଲ ମଧ୍ୟ ଜୟ ଶାହ ବ୍ୟବସାୟିକ ମଡ଼େଲକୁ ଅନୁକରଣ କରୁଥିଲେ। କାରଣ ପୂର୍ବରୁ ମଧ୍ୟ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପୁଅ ଜୟଙ୍କ କମ୍ପାନୀ ମଧ୍ୟ ଅନୁରୂପ ଢଙ୍ଗରେ ନିଜ ସମ୍ପତ୍ତିକୁ ମାତ୍ର କିଛି ବର୍ଷରେ ବୃଦ୍ଧି କରିଥିଲେ। ତେବେ ପିୟୂସ ଗୋୟେଲଙ୍କ କ୍ଷେତ୍ରରେ କଂଗ୍ରେସ ଆବଶ୍ୟକୀୟ ପ୍ରମାଣ ଉପସ୍ଥାପନ କରି କେନ୍ଦ୍ରମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ଦାବୀ କରିଛି।
କଂଗ୍ରେସ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ବିସ୍ତୃତ ପ୍ରମାଣ ଉପସ୍ଥାପନ କରିବା ସହ ଏହାର ନାୟିକ ତଦନ୍ତ ଦାବୀ କରିଛି। ସୀମା ଗୋୟେଲଙ୍କ କମ୍ପାନୀ ‘ ଇଣ୍ଟରକନ ଏଡ଼ଭାଇଜର୍ସ ପ୍ରାଇଭେଯ ଲିଂ.’ ମାତ୍ର ଏକ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ କରାଯାଇ ଥିଲା। ଏହି କମ୍ପାନୀ ପରବର୍ତ୍ତୀ ସମୟରେ ସେୟାର ବଜାରରେ ୧୦ହଜାର ସେୟାର ମଧ୍ୟ ଛାଡ଼ି ଥିଲା। ତେବେ ମାତ୍ର କିଛି ବର୍ଷ ମଧ୍ୟରେ ଏହି ସେୟାର ଗୋଟିକ ୩୦ହଜାର ଟଙ୍କାରେ ଯାଇ ପହଞ୍ଚିଛି। କଂଗ୍ରେସ ଏଭଳି ଅଭୁ୍ୟତ୍ଥାନ ଭାରତ ଅର୍ଥନୀତିରେ ଯୁଗାନ୍ତକାରୀ ବିକାଶ ବୋଲି କଟାକ୍ଷ୍ୟ କରିବା ସହ ଏହାର ତଦନ୍ତ କରିବାକୁ ଦାବୀ କରିଛି। କେନ୍ଦ୍ରମନ୍ତ୍ରୀ ତାଙ୍କ ପଦରେ ରହି ଏହି କମ୍ପାନୀକୁ ଅନୁକମ୍ପା ଦେଖାଇବା ଦ୍ୱାରା ସେୟାର ମୂଲ୍ୟ ଏଭଳି ଅଭୁତପୂର୍ବ ଭାବରେ ବୃଦ୍ଧି ଘଟିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ପ୍ରବକ୍ତା ପବନ ଖେଡ଼ା ଏହି କମ୍ପାନୀ ସମ୍ପର୍କରେ ଅଭିଯୋଗ କରି ୧୩ମେ ୨୦୧୪ରେ ପିୟୂସ ଉକ୍ତ କମ୍ପାନୀରୁ ଇସ୍ତଫା ଦେଇ ଏହାର ସେୟାରଗୁଡ଼ିକୁ ନିଜ ପତ୍ନୀ ସୀମାଙ୍କ ନାମରେ କରିଦେଇଥିଲେ। ସୀମା ଗୋୟେଲଙ୍କ ପାଖରେ ୯୯୯୯ଟି ସେୟାର ରହିଥିବାବେଳେ ପିୟୂସଙ୍କ ପୁତ୍ର ଧ୍ରୁବ ଗୋୟେଲଙ୍କ ନାମରେ ଗୋଟିଏ ସେୟାର ରହିଛି। କମ୍ପାନୀଟି ସମ୍ପୂର୍ଣ୍ଣ ଭାବରେ ପାରିବାରିକ ହୋଇଥିବାବେଳେ ୨୦୦୭-୦୮, ୨୦୦୮-୦୯, ୨୦୦୧୪ ୧୫ ୧୬ ୧୭ ଅର୍ଥିକ ବର୍ଷର ଆୟକର ବିବରଣୀରେ କମ୍ପାନୀ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇ ନାହିଁ। ଏସବୁର ସଠିକ୍‌ ତଦନ୍ତ କରାଗଲେ ଏଭଳି ବିକାଶର ବାସ୍ତବତା ପ୍ରମାଣିତ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି।

Leave A Reply