www.samajalive.in
Friday, December 5, 2025
20.1 C
Bhubaneswar

ଟିକା ନେଇଥିବା ମନ୍ତ୍ରୀ କରୋନା ପଜିଟିଭ୍‌

କରୋନାମୁକ୍ତ ହେବାକୁ ଟିକା ନେଇଥିଲେ ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌। କିନ୍ତୁ ଟିକା ନେବା ପରେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ଏହି ସୂଚନା ମିଳିଛି। ଖୋଦ୍‌ ଅନିଲ ଭିଜ୍‌ ନିଜେ ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଚିକିତ୍ସା ପାଇଁ ସେ ଅମ୍ବାଲାସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Image Courtesy: NDtv

ଭିଜ୍‌ ଗତ ନଭେମ୍ବର ୨୦ ତାରିଖରେ ଟିକା ନେଇଥିଲେ। ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ ଟିକା କୋଭାକ୍ସିନ ତାଙ୍କୁ ଦିଆଯାଇଥିଲା। ସ୍ଵେଚ୍ଛାକୃତ ଭାବେ ସେ ଏହି ଟିକା ନେଇଥିଲେ। କିନ୍ତୁ ଏ​‌ବେ ସେ ପୁଣି କରୋନାରେ ଆକ୍ରାନ୍ତ ହୋଇଛନ୍ତି।

- Advertisement -

କରୋନା ମହାମାରୀ ଆରମ୍ଭ ହେବା ପରେ ବହୁ କମ୍ପାନୀ ଟିକା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। କିଛି କମ୍ପାନୀ ଟିକା ପ୍ରସ୍ତୁତ କରିସାରିଥିବା ଦାବି କରିଛନ୍ତି। କୋଭାକ୍ସିନ, ଫାଇଜର, ମୋଡେର୍ନା ଭଳି ଅନେକ ଟିକା ପ୍ରସ୍ତୁତ ହେବା ସହିତ ଏହାର ଟ୍ରାଏଲ୍‌ ଚାଲିଛି। ବ୍ରିଟେନ ଫାଇଜର ଟିକାକୁ ନିଜ ଦେଶରେ ଅନୁମତି ଦେଇଛି। ୨/୪ ଦିନ ପରେ ଏହି ଦେଶରେ ଲୋକଙ୍କୁ ଟିକାକରଣ କରାଯିବ। କିନ୍ତୁ ଅନିଲ୍‌ ଭିଜ୍‌ଙ୍କ ଘଟଣା ପରେ ଟିକାର ପ୍ରଭାବଶାଳୀତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭାରତରେ କରୋନା ରୋଗୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୯୬ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଲେଣି। ୧ ଲକ୍ଷ ୪୦ ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଦେଶରେ ସୁସ୍ଥ ହାର ୯୩ ପ୍ରତିଶତରୁ ଅଧିକ ରହିଥିଲେ ହେଁ ଦେଶବାସୀ କରୋନା ଟିକାକୁ ଏକପ୍ରକାର ଚାହିଁ ରହିଛନ୍ତି। କରୋନା ପାଇଁ ଗତ ଶୁକ୍ରବାର ଅନୁଷ୍ଠିତ  ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗଦେଇ କିଛି ସପ୍ତାହ ମଧ୍ୟରେ ଟିକା ଭାରତରେ ଉପଲବ୍ଧ ହେବ ବୋଲି କହିଥିଲେ। ଫଳରେ ଦେଶବାସୀ କିଛିଟା ଆଶ୍ଵସ୍ତ ହୋଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories