www.samajalive.in
Friday, December 12, 2025
16.1 C
Bhubaneswar

ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଶିଳ୍ପ ବିଭାଗ ପରିଦର୍ଶନ, ଅନ୍ୟ ବିଭାଗ ଉପରୁ ନିର୍ଭରଶୀଳତା ହ୍ରାସ କରିବାକୁ ପରାମର୍ଶ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ, ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗ ପରିଦର୍ଶନରେ ଆସି ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ପରିଚୟ ହୋଇଛନ୍ତି। ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ତାଙ୍କୁ ବିଭାଗ ତରଫରୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ପରେ ବିଭାଗର ସମ୍ମିଳନୀ କକ୍ଷଠାରେ ସେ ବିଭାଗର ଅଧିକାରୀମାନଙ୍କ ସହ ପରିଚିତ କରାଇଥିଲେ। ଏହି ଅବସରରେ ଅନୌପଚାରିକ ଭାବେ ସେ ଶିଳ୍ପ ବିଭାଗ ଅନ୍ୟ ବିଭାଗଗୁଡ଼ିକ ଉପରେ ନିର୍ଭରଶୀଳତା ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରି ବିଭାଗର କାର୍ଯ୍ୟଧାରାକୁ ଅଧିକ ଶାଣିତ ଓ ଆଖିଦୃଶିଆ କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥି ସହିତ ସେ ନିଜକୁ ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ସାମିଲ କରି ମୁଖ୍ୟମନ୍ତ୍ରୀଙ୍କ ୬-‘ଟି’ କାର୍ଯ୍ୟଧାରା ଅନୁସାରେ ଏଣିକି କ୍ଷେତ୍ର ପରିଦର୍ଶନ ଉପରେ ଅଧିକ ଜୋର ଦେବେ ବୋଲି କହିଥିଲେ ।

ପ୍ରମୁଖ ସଚିବ ଶ୍ରୀ ଶର୍ମା ବିଭାଗ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଆୟୋଜନ ପାଇଁ ପ୍ରସ୍ତୁତି ଚଳାଇଥିବା ପ୍ରକାଶ କରିଥିଲେ । ନିକଟରେ ବିଭାଗ ତରଫରୁ କୋଏମ୍ବାଟୁରର ପୋଷାକ ଶିଳ୍ପ ଏବଂ ଲାଇଟିଂ ଇଂଜିନିୟରିଂ ଶିଳ୍ପ ଓ କୋଲକାତାର ପ୍ରେଟ୍ରୋକେମିକାଲ ଶିଳ୍ପକୁ ଓଡ଼ିଶାରେ ତାଙ୍କର ଶିଳ୍ପ ପ୍ରତିଷ୍ଠା କରିବାକୁ ଆମନ୍ତ୍ରଣ ନିମନ୍ତେ ଉଦ୍ୟମ କରୁଥିବା ଦର୍ଶାଇଥିଲେ। ଏଥି ସହିତ ପ୍ରତିମାସ ଜିଲା ସ୍ତରରେ ‘ଇଣ୍ଡଷ୍ଟି୍ରଜ୍‌ କେୟାର’ କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପ ସଂସ୍ଥାଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ କରାଯାଉଥିବା ସେ ମନ୍ତ୍ରୀଙ୍କୁ ଅବଗତ କରାଇଥିେଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ଅତିରିକ୍ତ ଶାସନ ସଚିବ ଶୁଭେନ୍ଦ୍ର କୁମାର ନାୟକ, ଇଡ୍‌କୋର ସିଜିଏମ୍‌ (ଲ୍ୟାଣ୍ଡ) ବିଜୟ କୁମାର ଦାସ, ସିଜିଏମ୍‌ (ଅର୍ଥ) ଅଶ୍ୱିନୀ କୁମାର ବିଶ୍ୱାଳ, ସିଜିଏମ୍‌ ସରୋଜ କୁମାର ମହାନ୍ତି, ଅଶୋକ କୁମାର ମିଶ୍ରଙ୍କ ସମେତ ସମସ୍ତ ମୁଖ୍ୟ ସାଧାରଣ ପରିଚାଳକମାନେ ଯୋଗଦେଇଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories