ପ୍ରସ୍ତୁତି ଅନୁଧ୍ୟାନ କଲେ ବିଧାୟକ ଓ ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଭିଯୋଗ ଶୁଣାଣି ଶିବିର

ଆଠଗଡ :  ଆଠଗଡରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଦପ୍ତରର ଅଭିଯୋଗ ଶୁଣାଣୀ ଶିବିରରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଯୋଗ ଦେବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ଏଥିପାଇଁ ମହିଳା କଲେଜ ସନ୍ନିକଟ ମିନି ଷ୍ଟାଡିୟମରେ ୭ହଜାର ଲୋକ ବସିବା ପାଇଁ ବିଶାଳ ସଭାସ୍ଥଳ ଓ ତାର ଅନତି ଦୂରରେ ହେଲିପ୍ୟାଡ ପ୍ରସ୍ତୁତ କରାଯାଇଛି । ଏହି ସବୁ ପ୍ରସ୍ତୁତି ବିଷୟରେ ଅନୁଧ୍ୟାନ କରିବା ପାଇଁ ସୋମବାର ସକାଳେ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଭାସ୍ଥଳ ପରିଦର୍ଶନ କରିଥିଲେ । ଏହି ସରକାରୀ କାର୍ଯ୍ୟକ୍ରମ କିପରି ଶାନ୍ତି ଶୃଙ୍ଖଳା ଓ ସୁରକ୍ଷିତ ଭାବେ ରୂପାୟନ ହେବ ସେ ଦିଗରେ ଉଭୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓ ବିଧାୟକ ଶ୍ରୀ ଦାସ ଉପସ୍ଥିତ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

Comments are closed.