www.samajalive.in
Monday, December 15, 2025
26.1 C
Bhubaneswar

ପରଲୋକରେ ପୂର୍ବତନ ବାଚସ୍ପତି ସୋମନାଥ ଚାଟର୍ଜୀ

କଲକାତା : ବର୍ଷୀୟାନ ବାମପନ୍ଥୀ ନେତା ତଥା ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀ (ଚଟ୍ଟୋପାଧ୍ୟାୟ)ଙ୍କର ୮୯ ବର୍ଷ ବୟସରେ ସୋମବାର ପରଲୋକ ଘଟିଛି। ବୃକକ୍‍ ରୋଗରେ ପୀଡ଼ିତ ସୋମନାଥଙ୍କର ଏକାଧିକ ଅଙ୍ଗ ଅକାମୀ ହୋଇପଡିଥିଲା। ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ଶନିବାର ସ୍ଥାନୀୟ ‘ବେଲି ଭ୍ୟୁ କ୍ଲିନିକ୍‍’ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରବିବାର ସନ୍ଧ୍ୟାରେ ସେ ସାଙ୍ଘାତିକ ହୃଦ୍‍ଘାତର ଶିକାର ହୋଇଥିଲେ। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା; କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା। ସୋମବାର ସକାଳ ୮ଟା ୧୫ ମିନିଟ୍‍ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ଜୁଲାଇ ମାସରେ ସେ ରକ୍ତସ୍ରାବୀ ଘାତ (ହାମରେଜ୍‍ ଷ୍ଟ୍ରୋକ୍‍)ର ଶିକାର ହୋଇଥିଲେ। ପ୍ରାୟ ୪୦ ଦିନ ଡାକ୍ତରଖାନାରେ ଚିକିତ୍ସା ହେବା ପରେ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବାରୁ ତାଙ୍କୁ ତିନି ଦିନ ତଳେ ଘରକୁ ପଠାଇ ଦିଆଯାଇଥିଲା। ସୋମନାଥଙ୍କ ପୂର୍ବ ଇଚ୍ଛାପତ୍ର ଅନୁସାରେ ତାଙ୍କ ମରଶରୀରକୁ ପରିବାର ଲୋକେ ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ୍‌ ପୋଷ୍ଟ ଗ୍ରାଜୁଏଟ୍‌ ମେଡିକାଲ ଏଜୁକେସନ ଏଣ୍ଡ୍‌ ରିସର୍ଚ୍ଚ ତଥା ସେଠ୍‌ ସୁଖଲାଲ୍‌ କର୍ଣ୍ଣାନୀ ମେମୋରିଆଲ୍‌ ହସ୍‌ପିଟାଲ (ଏସ୍‌ଏସ୍‌କେଏମ୍‌)କୁ ଦାନ କରିଛନ୍ତି।
ସୋମନାଥଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ରାଜନେତା ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସୋମନାଥଙ୍କ ବିୟୋଗରେ ପଶ୍ଚିମବଙ୍ଗ ତଥା ସମଗ୍ର ଦେଶର ଅପୂରଣୀୟ କ୍ଷତି ହୋଇଛି ବୋଲି ସେମାନେ ଦର୍ଶାଇଛନ୍ତି। ସେମାନେ ସୋମନାଥଙ୍କ ଶୋକସନ୍ତପ୍ତ ପତ୍ନୀ ରେଣୁ ଚାଟାର୍ଜୀ, ପୁତ୍ର ପ୍ରତାପ ଏବଂ ଝିଅ ଅନୁରାଧା ଓ ଅନୁଶିଳାଙ୍କୁ ସମବେଦନା ଜଣାଇଛନ୍ତି। ସୋମନାଥ ଜଣେ କଠୋରପନ୍ଥୀ କମ୍ୟୁନିଷ୍ଟ ନେତା ଥିଲେ। ୧୯୬୮ରେ ସେ ସିପିଆଇ(ଏମ୍‍)ରେ ଯୋଗ ଦେଇଥିଲେ। ସେ ୧୦ ଥର ଲୋକସଭା ସାଂସଦ ନିର୍ବାଚିତ ହୋଇଥିଲେ। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ
ଲୋକସଭା ବାଚସ୍ପତି ଦାୟିତ୍ୱ ନିର୍ବାହ କରିଥିଲେ। ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମେ ବାଚସ୍ପତି ପଦରେ ଥିବା ବେଳେ ତାଙ୍କୁ ସିପିଆଇଏମ୍‍ରୁ ବହିଷ୍କାର କରାଯାଇଥିଲା। ଭାରତ-ଆମେରିକା ପରମାଣୁ ରାଜିନାମାକୁ ବିରୋଧ କରି ୨୦୦୮ ଜୁଲାଇରେ ତଜତ୍‍କାଳୀନ ୟୁପିଏ-୧ ସରକାରରୁ ତାଙ୍କ ଦଳ ସିପିଆଇଏମ୍‍ ସମର୍ଥନ ପ୍ରତ୍ୟାହାର କରିଥିଲେ ହେଁ ବାଚସ୍ପତି ପଦରୁ ଇସ୍ତଫା ଦେବାକୁ ସୋମନାଥ ମନା କରିଦେଇଥିଲେ। ଫଳରେ ଶୃଙ୍ଖଳାଗତ ଦଳୀୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସିପିଆଇଏମ୍‍ରୁ ତାଙ୍କୁ ବହିଷ୍କାର କରାଯାଇଥିଲା।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories