www.samajalive.in
Monday, December 15, 2025
26.1 C
Bhubaneswar

ଦେଖୁଛନ୍ତି କି ଏହି ସ୍ୱପ୍ନ? ଜାଣନ୍ତୁ ଦିଏ କି ସଙ୍କେତ..

ଶୋଇବା ସମୟରେ ସ୍ୱପ୍ନ ଦେଖିବା ସାଧାରଣ କଥା। ସେଥିମଧ୍ୟରୁ କିଛି ସ୍ୱପ୍ନ ଏପରି ହୋଇଥାଏ, ଯାହାକୁ ଦେଖି ଭୟ ଲାଗି ଥାଏ। କିଛି ସ୍ୱପ୍ନ ଦେଖି ମନ ପ୍ରଫୁଲ୍ଲ ମଧ୍ୟ ହୋଇଥାଏ। ନିଦରୁ ଉଠିବା ପରେ ଦେଖିଥିବା ସ୍ୱପ୍ନର ଅର୍ଥ ନେଇ ବିଭିନ୍ନ କଥା ମନକୁ ମଧ୍ୟ ଆସିଥାଏ। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ବିଭିନ୍ନ ସ୍ୱପ୍ନର ଭିନ୍ନ ଭିନ୍ନ ଅର୍ଥ ରହିଛି। ସେଭଳି କିଛି ସ୍ୱପ୍ନ ମଧ୍ୟରୁ ଗୋଟିଏ ହେଉଛି ସ୍ୱପ୍ନରେ ଖିର ଦେଖିବା। ଜାଣନ୍ତୁ ସ୍ୱପ୍ନରେ ଖିର ଦେଖିବାର ଅର୍ଥ..
ସ୍ୱପ୍ନରେ ଖିର ଫୁଟୁଥିବା ଦେଖିବାର ଅର୍ଥ ସୁଖମୟ ଭବିଷ୍ୟତର ଏହାର ସଙ୍କେତ ଦେଇଥାଏ। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, କର୍ମକ୍ଷେତ୍ରରେ ଖୁବ ଶୀଘ୍ର ଆପଣଙ୍କୁ ସଫଳତା ଓ ଉନ୍ନତି ହେବ। କରିଥିବା କଷ୍ଟର ଫଳ ମିଳିବ। ଅଟକି ଥିବା କାର୍ଯ୍ୟରେ ମଧ୍ୟ ସଫଳତା ମିଳିବ।
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ନଷ୍ଟ ହୋଇଯାଇଥିବା କିମ୍ବା ଛିଣ୍ଡି ଯାଇଥିବା ଖିର ଦେଖିଲେ ଏହାର ଅର୍ଥ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ସାବଧାନତା ଓ ସତର୍କତାର ସହ କରନ୍ତୁ। ଅନାବଶ୍ୟକ କାର୍ଯ୍ୟ କରନ୍ତୁ ନାହିଁ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
ସ୍ୱପ୍ନରେ ହାତରୁ ଖିର ପାତ୍ର ଖସି ପଡୁଥିବା ଦେଖିଲେ, କୌଣସି ସମସ୍ୟା ଆସିବାର ଏହା ସଙ୍କେତ ଦେଇଥାଏ। ମନକୁ ଶାନ୍ତ ରଖି ଭାବି ଚିନ୍ତି କାର୍ଯ୍ୟ କରନ୍ତୁ। ଭଗବାନଙ୍କୁ ପୂଜାର୍ଚ୍ଚନା କରିବା ସହ ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
ଅନେକ ସମୟରେ ନିଜକୁ ସ୍ୱପ୍ନରେ ଖିରରେ ଚିନି ମିଶାଉଥିବା ଦେଖାଯାଏ। ଏହି ସ୍ୱପ୍ନର ଅର୍ଥ ଶୁଭଙ୍କର ବୋଲି କୁହାଯାଏ। ସୁଖମୟ ଭବିଷ୍ୟତର ଏହା ସଙ୍କେତ ଦେଇଥାଏ। କାର୍ଯ୍ୟରେ ସଫଳତା ସହ ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ।
ସ୍ୱପ୍ନରେ ନିଜକୁ ଖିର ପିଉଥିବା ଦେଖିବାର ଅର୍ଥ ଖୁବ ଶୀଘ୍ର ଆପଣଙ୍କୁ ସଫଳତା ମିଳିବ। ଅଟକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ସହ ଟଙ୍କାର ଅଭାବ ଦୂର ହୋଇ ବୃଦ୍ଧି ହେବ। ଆମଦାନୀ ସ୍ରୋତ ବୃଦ୍ଧି ହେବା ସହ ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିବ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories