www.samajalive.in
Friday, December 5, 2025
20.1 C
Bhubaneswar

ନବଜାତକଙ୍କ ଭୋକ ମେଣ୍ଟାଉଛି ମିଲ୍କ ବ୍ୟାଙ୍କ; ସ୍ତନ୍ୟପାନରୁ ବଞ୍ଚିତ ୫ହଜାର ଶିଶୁ ଉପକୃତ

କଟକ : ଆଉ ମାଆ କ୍ଷୀରରୁ ବଞ୍ଚିତ ହେବେନି ଶିଶୁ। ସମସ୍ତ ନବଜାତ ଶିଶୁଙ୍କୁ ଯେପରି ମାଆ କ୍ଷୀର ମିଳିପାରିବ, ସେଥିପାଇଁ ଖୋଲିଛି ମଦର ମିଳ୍କ ବ୍ୟାଙ୍କ ବା ମାଆ କ୍ଷୀର ବ୍ୟାଙ୍କ। ଯେଉଁ ମାଆ କୌଣସି କାରଣରୁ ନିଜ ଶିଶୁକୁ ସ୍ତନ୍ୟପାନ କରାଇ ପାରୁ ନାହାନ୍ତି, ସେହି ଶିଶୁମାନଙ୍କ ପାଇଁ ମାଆ କ୍ଷୀର ଉପଲବ୍ଧ କରାଇବା ଏହି ଦୁଗ୍ଧ ବ୍ୟାଙ୍କର ମୂଳ ଉଦ୍ଦେଶ୍ୟ। ଏଥିପାଇଁ କଟକ ବଡ଼ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଦ୍ବିତୀୟ ମହଲାରେ ଥିବା କ୍ଷୀର ଭଣ୍ଡାର ବେଶ ସହାୟକ ହେଉଛି। ୨୦୨୪- ୨୫ ବର୍ଷ ମଧ୍ୟରେ ପ୍ରାୟ ୭ ହଜାର ୫୦ମାଆଙ୍କ ଠାରୁ ପ୍ରାୟ ୭୦ ହଜାର ଲିଟର ସଂଗ୍ରହ କରାଯାଇଥିଲା । ସେଥିରୁ ପ୍ରାୟ ୫ ହଜାର ଶିଶୁ ଉପକୃତ ହେଉଛନ୍ତି।

ମାଆ କ୍ଷୀର ଉପଲବ୍ଧ କରାଉଥିବା ଏହି ବ୍ୟାଙ୍କ, ବ୍ଲଡ୍‌ ବ୍ୟାଙ୍କ ଭଳି କାମ କରିଥାଏ। ମାଆ କ୍ଷୀରରୁ ବଞ୍ଚିତ ରହୁଥିବା ଶିଶୁମାନଙ୍କ ପାଇଁ ମହିଳାମାନେ ଏଠାରେ ନିଜ କ୍ଷୀର ଦାନ କରିଥାନ୍ତି। ବୈଜ୍ଞାନିକ ଉପାୟରେ ଏହି କ୍ଷୀରକୁ ଲମ୍ବା ସମୟ ଧରି ସୁରକ୍ଷିତ ରଖାଯାଇ ପାରିବ। କେତେକ ଘଟଣାରେ ପ୍ରସବ ପରେ ମହିଳାମାନଙ୍କଠାରେ କ୍ଷୀର ଆସି ନ ଥାଏ, ଯଦିବା ଆସିଥାଏ, ତାହା ବହୁତ କମ୍‌ ପରିମାଣର। ଏଭଳି ସ୍ଥିତିରେ ନବଜାତ ଶିଶୁ ସ୍ତନ୍ୟପାନରୁ ବଞ୍ଚିତ ରୁହେ। ଏହାଛଡ଼ା ପ୍ରସବ ସମୟରେ ଯଦି ମା’ର ମୃତ୍ୟୁ ଘଟେ, ସେହି ନବଜାତ ଶିଶୁଙ୍କ ପାଇଁ ଦୁଗ୍ଧ ବ୍ୟାଙ୍କ ବହୁତ ଉପଯୋଗୀ ସାବ୍ୟସ୍ତ ହେବ। କେତେକାଂଶରେ ଦେଖାଯାଏ, ଜଟିଳ ରୋଗ ଯୋଗୁଁ ମାଆମାନେ ସେମାନଙ୍କ ଶିଶୁକୁ ସ୍ତନ୍ୟପାନ କରାଇ ପାରି ନଥାଆନ୍ତି। ଏହି କ୍ଷେତ୍ରରେ ମିଲ୍କ ବ୍ୟାଙ୍କ ବେଶ ସହାୟକ ହୋଇଥାଏ। ଏଥିପାଇଁ ରାଜ୍ୟରେ ଦୁଇଟି ସ୍ଥାନରେ ଏହି ବ୍ୟାଙ୍କ କାର୍ଯ୍ୟକରୁଛି। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ୨୦୨୨ରୁ ଏହା କାର୍ଯ୍ୟକ୍ଷମ ଥିବା ବେଳେ ୨୦୨୩ରେ ଏସ୍‌ସିବିରେ ଏହି ବ୍ୟାଙ୍କ ଖୋଲିଥିଲା। ପ୍ରାଥମିକ ଭାବେ ଏସଏନସିୟୁରେ ରହୁଥିବା ଶିଶୁଙ୍କ ମାଆ ମାନଙ୍କଠାରୁ କ୍ଷୀର ସଂଗ୍ରହ କରାଯାଇ ମଦର ମିଲ୍କ ବ୍ୟାଙ୍କ ଆରମ୍ଭ ହୋଇଥିଲା। ପରେ ଏଠାରେ କ‌େମ୍ପ୍ରସିପ ଲକ୍ଟେନ ମ୍ୟାନେଜମେଣ୍ଟ ସେଣ୍ଟର (ସିଏଲ୍‌ଏମ୍‌ସି) ଖୋଲାଯାଇ ହଜାର ହଜାର ଶିଶୁ ଉପକୃତ ହେଉଛନ୍ତି।

- Advertisement -

ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ସିବିରେ ପ୍ରତ୍ୟେକ ଦିନ ପ୍ରାୟ ୩୦ରୁ ୪୦ ମାଆଙ୍କ ଠାରୁ ପ୍ରାୟ ଦୁଇ ଲିଟର କ୍ଷୀର ସଂଗ୍ରହ ହୋଇଥାଏ। ସେହିପରି ସଂଗୃହୀତ କ୍ଷୀରରୁ ପ୍ରାୟ ୧୫ଶହ ମିଲି ଲିଟର କ୍ଷୀର ଶିଶୁ ଗ୍ରହଣ କରିଥାନ୍ତି। ବାକି ୫ଶହକୁ ବ୍ୟାଙ୍କରେ ଗଚ୍ଛିତ କରି ରଖାଯାଏ। ଏସ୍‌ସିବିରେ ପ୍ରାୟ ୬୦ ଲିଟର କ୍ଷୀର ଗଚ୍ଛିତ ରହିବା କ୍ଷମତା ଥିବା ବେଳେ ବର୍ତ୍ତମାନ ପ୍ରାୟ ୨୫ ଲିଟର କ୍ଷୀର ସଂରକ୍ଷିତ କରି ରଖାଯାଇଛି। କ୍ଷୀର ସଂଗ୍ରହ କରାଯିବାର ୬ ମାସ ପର୍ଯ୍ୟନ୍ତ ଏହା ବ୍ୟବହାର ଉପଯୋଗୀ ରହିଥାଏ। ଏନେଇ ଏସସିବି ମିଲ୍କ ବ୍ୟାଙ୍କ ଦାୟିତ୍ବରେ ଥିବା ଡା. ସ୍ବରୂପା ପଣ୍ଡା କହିଛନ୍ତି, ଏହି ବ୍ୟାଙ୍କରୁ ଅନେକ ଶିଶୁ ଉପକୃତ ହେଉଛନ୍ତି। ପୂର୍ବରୁ ଶିଶୁଙ୍କୁ ଡବା ​‌ଦେବା ପାଇଁ କହୁଥିଲୁ। ଏବେ ସିଏଲ୍‌ଏମ୍‌ସି କ୍ଷୀର ଦିଆଯାଉଛି। ଏହାକୁ ସୂଚାରୁ ରୂପେ କରାଇବା ପାଇଁ ପ୍ରସୂତି ବିଭାଗରେ ନୂଆ ମାଆ ମାନଙ୍କୁ କାଉନସେଲିଂ କରାଯାଉଛି। ଏଥିପାଇଁ ୪ ଜଣ ମହିଳା କାର୍ଯ୍ୟ କରୁଛନ୍ତି। ସେମାନେ ଛୁଆ ଜନ୍ମ ପୂର୍ବରୁ ଜନ୍ମ ପର ପର୍ଯ୍ୟନ୍ତ ମାଆ ମାନଙ୍କୁ ଏଥିପାଇଁ କାଉନସେଲିଂ କରିଥାନ୍ତି। ଏବେ ମାଆ ମାନେ ଅଧିକ ଆଗ୍ରହ ଦେଖାଉଛନ୍ତି। କାରଣ ଏହା ଶିଶୁଙ୍କ ସହ ମାଆଙ୍କ ପାଇଁ ମଧ୍ୟ ସହାୟକ ହୋଇଥାଏ। ଏଥିପାଇଁ ପ୍ରଚାରପ୍ରସାର ହେଲେ ଅଧିକ ଶିଶୁ ଉପକୃତ ହେବେ ବୋଲି ସେ କହିଛନ୍ତି।

ତେବେ ରାଜ୍ୟରେ କ୍ୟାପିଟାଲ ହସ୍ପିଟାଲ ଓ ଏସ୍‌ସିିବି ମେଡିକାଲ କଲେଜରେ ଏହି ମିଲ୍କ ବ୍ୟାଙ୍କ ଥିବା ବେଳେ ଆଗକୁ ଶିଶୁଭବନ ସହ ଆଉ ୩ଟି ପୁରାତନ ମେଡିକାଲ କଲେଜରେ ଖୋଲାଯିବ ବୋଲି ସୂଚନା ମିଳିଛି। ରାଜ୍ୟର ସମସ୍ତ ଆଇୱାଇସିଏଫ ଅଞ୍ଚଳରେ ମେଡିକାଲ ଅଫିସର, ଷ୍ଟାପ୍ ନର୍ସ, ଏଏନଏମ୍, ଆଶା ଏବଂ ଅଙ୍ଗନୱାଡ଼ି କେନ୍ଦ୍ରକୁ ତାଲିମ ଦିଆଯାଇଛି। ସେହିପରି ୫୦ ଟି ସ୍ଥାନରେ ସ୍ତନ୍ୟପାନ ପରିଚାଳନା ୟୁନିଟ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ଏପଟେ କ୍ୟାପିଟାଲ ହସ୍ପିଟାଲ ଅପେକ୍ଷା ଏସସିବି ମେଡିକାଲ କଲେଜରେ ସଫଳତା ଅଧିକ ରହିଛି। ମାନେ ଯେଉଁମାନଙ୍କର କ୍ଷୀର ଅଧିକ ହେଉଛି ସ୍ବତଃପ୍ରବୃତ୍ତ ଭାବରେ କ୍ଷୀର ଦାନ କରାନ୍ତି। ପୂର୍ବ ଭଳି ମହିଳାଙ୍କ ମଧ୍ୟରେ ଆଉ ସଙ୍କୋଚ ନାହିଁ। ସଚେତନତା ଅଧିକ ବଢିଥିବା କୁହାଯାଇଛି।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories