www.samajalive.in
Monday, December 8, 2025
27.1 C
Bhubaneswar

ମିଳନୀରେ ଶ୍ରାବଣୀ ସାହିତ୍ୟ ଆସର

କେନ୍ଦୁଝରଗଡ: ରାଜ୍ୟର ଅଗ୍ରଣୀ ସାରସ୍ୱତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ମିଳନୀ ଭବନରେ ରବିବାର ଅପରାହ୍ନରେ ଶ୍ରାବଣୀ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ କବି ଡ. ଚିତ୍ତ ରଞ୍ଜନ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇ ଉତ୍କଳୀୟ ଜନଜୀବନରେ ବର୍ଷାର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ। ଧରଣୀଧର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପିକା ଡ. ଶୁଭସ୍ମିତା ଦାଶ ଅତିଥି ବକ୍ତା ଭାବେ ଯୋଗଦେଇ ବର୍ଷା ଭାବନାରେ ଉତ୍କଳୀୟ ପଲ୍ଲୀ ଜୀବନ ସମ୍ପର୍କରେ ଆଲୋକପାତ କରି ଗ୍ରାମୀଣ ଜନଜୀବନକୁ ଏହା ରସସିକ୍ତ କରିଛି ବୋଲି ମତ ପ୍ରକାଶ କରିଥିଲେ।

କବି ଦେବାଶିଷ ଚକ୍ରବର୍ତ୍ତୀ ସଭାପତୀୟ ଅଭିଭାଷଣରେ ବର୍ଷାକୁ ସାହିତ୍ୟର ପ୍ରାଣ ବିନ୍ଦୁ ଭାବେ ଅଭିହିତ କରିଥିଲେ। କବି ବିରଞ୍ଚି ନାରାୟଣ ସାମନ୍ତରାୟଙ୍କ ସଂଯୋଜନାରେ କବି ଚିନ୍ତାମଣି ମହାଳିକ, ବସନ୍ତ କୁମାର ବାରିକ, ସରୋଜିନୀ ମିଶ୍ର, ରିତାଞ୍ଜଳି ସାହୁ, ବୀଣାପାଣି ଜେନା, ଡାକ୍ତର ଭାରତୀମଣି ବେହେରା,ଶୋଭନା ଜେନା, ଉମାକାନ୍ତ ବେହେରା, ସୁଜିତ କୁମାର ମିଶ୍ର, ପ୍ରାଧ୍ୟାପକ ଜଗନ୍ନାଥ ଜେନା, ମାୟାଧର ନାୟକ, ଆର୍ଯ୍ୟବାଳା ମହାପାତ୍ର, ଡ. ସୁମନ୍ତ୍ର ନାଏକ, ଜିତେନ୍ଦ୍ର ପରିଡ଼ା, ଦେବଦତ୍ତ ଦେହୁରୀ, ଦେବଦର୍ଶନ ଦାଶ, ଶରତ କୁମାର ମହାନ୍ତ, ଶାନ୍ତନୁ କୁମାର ମହାପାତ୍ର, ମନୋରଞ୍ଜନ ମହାନ୍ତି, ପ୍ରତାପ କର୍ମକାର, ପ୍ରଭାସ ରଞ୍ଜନ ମିଶ୍ର ପ୍ରମୁଖ ବହୁ କବି ବର୍ଷା ରସସିକ୍ତ କବିତା ପାଠ କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories