www.samajalive.in
Friday, December 5, 2025
26.1 C
Bhubaneswar

ଦୁବାଇ ହାଜତରେ ମିକା

ଦୁବାଇ : ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂହଙ୍କୁ ଦୁବାଇ ପୁଲିସ ଗିରଫ କରିଛି। ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବ୍ରାଜିଲର ଜଣେ ୧୭ ବର୍ଷୀୟା ନାବାଳିକା ମିକାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନାର ଅଭିଯୋଗ ଆଣିଛନ୍ତି। ଏଥିସହିତ ମିକା ତାଙ୍କୁ ଅଶ୍ଳୀଳ ଫଟୋ ପଠାଇଥିବାର ଅଧ୍ୟ ସେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ମିକାଙ୍କୁ ଗିରଫ କରାଯାଇ ଆବୁଧାବି ଜେଲରେ ରଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କୁ ଭୋର ୩ଟା ସମୟରେ ଗିରଫ କରାଯାଇଛି। ମିକା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଦୁବାଇ ଯାଇଥିଲେ ବୋଲି ତାଙ୍କ ଇନଷ୍ଟାଗ୍ରାମରେ ସେ ପୂର୍ବରୁ ସୂଚନା ଦେଇଥିଲେ। ପୁଲିସର କହିବା ଅନୁସାରେ ମିକାଙ୍କର କିଛି ବନ୍ଧୁ ତାଙ୍କୁ ମୁକୁଳାଇବା ପାଇଁ ପ୍ରୟାସ କରୁଛନ୍ତି।

- Advertisement -

ପୂର୍ବରୁ ମଧ୍ୟ ମିକା ଏଭଳି ବିବାଦରେ ଫଶିଛନ୍ତି। ୨୦୧୬ରେ ମୁମ୍ବଇର ଜଣେ ମଡେଲ ମିକାଙ୍କ ବିରୁଦ୍ଧରେ ନିର୍ୟ୍ୟାତନା ଅଭିଯୋଗ ଆଣିଥିଲେ। ଏହା ପୂର୍ବରୁ ଦିଲ୍ଲୀରେ ଏକ କାର୍ୟ୍ୟକ୍ରମ ସମୟରେ ଜଣେ ଡାକ୍ତରଙ୍କ ଉପରକୁ ହାତ ଉଠାଇଥିବା ପାଇଁ ତାଙ୍କୁ ଗିରଫ କରାଯାଇଥିଲା। ରାକ୍ଷୀ ସାୱନ୍ତଙ୍କୁ ମଧ୍ୟ ସର୍ବସାଧାରଣଙ୍କ ସମ୍ମୁଖରେ ଅସଦାଚରଣ କରି ସେ ଅଡୁଆରେ ପଡ଼ିଥିଲେ। ମାମଲା ଥାନାରେ ପହଞ୍ଚିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ରାକ୍ଷୀ ଓ ମିକାଙ୍କ ମଧ୍ୟରେ ବିବାଦର ସମାଧାନ ହୋଇଯାଇ ଥିଲା। ଦୁବାଇର ଘଟଣାରେ ରାକ୍ଷୀଙ୍କ ପ୍ରତିକ୍ରିୟା ମଧ୍ୟ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହୋଇଛି। ରାକ୍ଷୀ ମିକାଙ୍କୁ ମୁକୁଳାଇବା ପାଇଁ ଖୁବ୍ ଶୀଘ୍ର ଦୁବାଇ ଯିବେ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଭିସା ଆବେଦନ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories