www.samajalive.in
Monday, December 15, 2025
26.1 C
Bhubaneswar

ବେଙ୍ଗାଲୁରୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ୭ ମାସରେ ପ୍ରାଣ ହରାଇଲେଣି ୮ ଜଣ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ଦାଦନ ଶ୍ରମିକ ମୃତ୍ୟୁ ଘଟଣା ଅବିରତ ଲାଗି ରହିଛି। ଗତ ୭ ମାସ ମଧ୍ୟରେ ଏହି ବ୍ଲକର ଆଠ ଜଣ ଶ୍ରମିକଙ୍କ ଜୀବନ ଚାଲିଗଲାଣି। ଗତ ଶୁକ୍ରବାର ଏହି ବ୍ଲକ ଖରଣିପଡା ପଂଚାୟତ କୋଳିହଳା ଗ୍ରାମର ୫୦ ବର୍ଷୀୟ ବାବୁଲା ବାଡତ୍ୟାଙ୍କ ବେଙ୍ଗାଲୁରୁରେ ମୃତ୍ୟୁ ଘଟିଛି।

ବାବୁଲା ଗତ କିଛି ମାସ ଧରି ବେଙ୍ଗାଲୁରୁର ଦେଵନାଳୀ ଅଞ୍ଚଳରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ଅପରାହ୍ନରେ କାମ କରୁଥିବାବେଳେ ଫେଭର ସ୍ଥାନାନ୍ତର ସମୟରେ ସେ  ତଳେ ପଡି ଗୁରୁତର ଆହତ ହୋଇଥିଲେ। କମ୍ପାନୀ ପକ୍ଷରୁ ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେଇ ଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

- Advertisement -

ବ୍ୟବଚ୍ଛେଦ ପରେ ରବିବାର ତାଙ୍କ ମୃତଦେହ ଗାଁକୁ ଫେରିବ ବୋଲି ସାଙ୍ଗମାନେ ଜଣାଇଛନ୍ତି। ବାବୁଲାଙ୍କ ପରିବାର ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ଗତ ମାସରେ ମଧ୍ୟ ଏହି ବ୍ଲକର ବିଭିନ୍ନ ପଞ୍ଚାୟତରୁ ଗଦାଧର ଗୌଡ (ତିନିଘରିଆ), ଉଜ୍ଜଳ ପ୍ରଧାନ (ଭୈରପୁର), ବିଜୟ ଦଳାଇ (ରାଜପୁର), ତୁମ୍ବନାଥ ବେହେରା (ବାଦପୁର) ପ୍ରମୁଖଙ୍କ ମୃତ୍ୟୁ ଘଟିଥିଲା।

ସରକାର ମହାତ୍ମା ଗାନ୍ଧୀ ନରେଗା ଭଳି ଯୋଜନା ମାଧ୍ୟମରେ ଗ୍ରାମୀଣ ଜୀବନ ମାନକ ସୁଦୃଢ କରିବାକୁ ପଦକ୍ଷେପ ନେଇଥିଲେ ବି ଦଲାଲ ମାଧ୍ୟମରେ ଶ୍ରମିକମାନେ ନିୟମିତ ଭାବେ ରାଜ୍ୟ ବାହାରକୁ ଯାଉଛନ୍ତି। ସେଥିପାଇଁ ଆଞ୍ଚଳିକ ସ୍ତରରେ ସଂଗଠିତ ସଜାଗ ଅଭିଯାନ ଓ ଯୋଜନା ରୂପାୟନ ଦ୍ୱାରା ଦାଦନ ଚାଲାଣ ରୋକାଯାଇପାରେ ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories