ପରୀକ୍ଷା କେନ୍ଦ୍ର ନିକଟରେ ମାଇକ୍ରୋ ଜେରକ୍ସ – ଉପଜିଲ୍ଲାପାଳଙ୍କ ଚଢଉ
ଭୁବନେଶ୍ୱର (ସମାଜ ଡିଜିଟାଲ୍ ଡେସ୍କ)- ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ନିକଟରେ ଥିବା ଫଟୋକପି ବା ଜେରକ୍ସ ଦୋକନରେ ଚଢଉ । କେନ୍ଦୁଝର ଆନନ୍ଦପୁର ପୌରପାଳିକାରେ ଥିବା ବିଭିନ୍ନ ଜେରକ୍ସ ଦୋକାନ ଉପରେ ଉପଜିଲ୍ଲାପାଳ ଏବଂ ପୁଲିସ୍ ଅଧିକାରୀ ମିଳିତ ଭାବେ ଚଢଉ କରିଛନ୍ତି । ଏହି ସବୁ ଜେରକ୍ସ ଦୋକାନମାନଙ୍କୁରେ ସାମ୍ଭବ୍ୟ ପ୍ରଶ୍ନୋତ୍ତରକୁ ମାଇକ୍ରୋ ଜେରକ୍ସ କରି ଦିଆଯାଉଥିବା ଅଭିଯୋଗ ହୋଇଥିଲା ।
ମାଟ୍ରିକ ପରୀକ୍ଷା ଚାଲୁଥିବା ଦିନ ଦୋକାନ ବନ୍ଦ ରଖିବା ସହ ଏପରି କାମ ନ କରିବା ପାଇଁ ଉପଜିଲ୍ଲାପାଳ ତାଗିଦ କରିଛନ୍ତି । ଏହାସହ ବିଭିନ୍ନ କେନ୍ଦ୍ରରେ କଡାକଡି କପି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.