www.samajalive.in
Saturday, December 6, 2025
19.1 C
Bhubaneswar

ଭାରତୀୟ ବଜାରକୁ ଆସିଲା ଜିଓମି ଏମଆଇ ଏ-୨ର ରେଡ୍ ଏଡିସନ

ନୂଆଦିଲ୍ଲୀ : ଜିଓମି କମ୍ପାନୀ ଏମଆଇ ଏ-୨ର ରେଡ୍ ଏଡିସନ୍ ଭାରତରେ ଲଞ୍ଚ କରିଛି। ଏହି ଫୋନର ବିକ୍ରି ସେପ୍ଟେମ୍ବର ମାସ ୨୦ତାରିଖରୁ ଆମାଜନ୍ ଏବଂ ଏମ୍ଆଇ ଡଟ କମରେ ହବ। ଏହି ଫୋନ୍ ପ୍ରଥମେ କଳା, ସୂନେଲି, ନୀଳ ରଙ୍ଗରେ ଉପଲବ୍ଧ ଥିଲା। ଏହି ଫୋନର ବିଶେଷତ୍ବ ବିଷୟରେ କହିଲେ ଏଥିରେ କ୍ବିକ ଚାର୍ଜିଙ୍ଗ ୪+ ଏବଂ ସ୍ନାପଡ୍ରାଗନ ୬୬୦ ପ୍ରୋସେସର ରହିଛି। ଏମଆଇ ଏ-୨କୁ ପୂର୍ବ ସପ୍ତାହରେ ଅମାଜନ ଏବଂ ଏମଆଇ ଡଟ କମ୍  ଓପନ୍ ସେଲରେ ଉପଲବ୍ଧ କରାଯାଇଛି।
ଏମଆଇ ଏ-୨ର ବିଶେଷତ୍ବ
ଏମଆଇ ଏ-୨ର ବିଶେଷତ୍ବ ବିଷୟରେ କହିଲେ ଏଥିରେ ୫.୯୯ଇଞ୍ଚର ଫୁଲ ଭ୍ୟୁ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ୍ ୧୦୮୦/୨୧୬୦ ପିକ୍ସଲ ଏବଂ ଆସପେକ୍ଟ ରେଶିୟୋ ୧୮:୯ ରହିଛି। ଡିସପ୍ଲେ‌ରେ ଗରିଲା ଗ୍ଲାସ ୫ର ପ୍ରୋଟେକ୍ସନ ମଧ୍ୟ ରହିଛି । ଏହାବ୍ୟତୀତ ଫୋନରେ ଅକ୍ଟାକୋର ସ୍ନାପଡ୍ରାଗନ୍ ୬୬୦ ପ୍ରୋସେସର ଦିଆଯାଇଛି। ଫୋନରେ ୪ଜିବି ରାମ ଏବଂ ୬୪ଜିବିର ଷ୍ଟୋରେଜ୍ ରହିଛି ଏବଂ ଖୁବଶୀଘ୍ର ଏହି ଫୋନ୍ ୬ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜରେ ଉପଲବ୍ଧ ହେବ।
ଏମଆଇ ଏ-୨ର କ୍ୟାମେରା
ଫୋନରେ କ୍ୟାମେରା ବିଷୟରେ କହିଲେ ଏଥିରେ ୨୦ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଏବଂ ୧୨+୨୦ ମେଗାପିକ୍ସେଲର ରିୟର କ୍ୟାମେରା ରହିଛି। ଉଭୟ କ୍ୟାମେରାରେ ଫ୍ଲାସଲାଇଟ ସୁବିଧା ପାଇପାରିବେ। ଫୋନ୍‍ ସହିତ ବ୍ୟାକ୍‍ କଭର ମାଗଣାରେ ପାଇପାରିବେ। ଫୋନ ସହିତ ବ୍ଲୁଟୁଥ ୫.୦ମିଳିବ। ଏହି ଫୋନରେ ମଧ୍ୟ ଆଣ୍ଡ୍ରଏଡ ୱାନ ମିଳିବ। ଫୋନରେ ଫିଙ୍ଗରପ୍ରିଣ୍ଟ ସେନସର ଏବଂ ୩୦୧୦ ଏମ୍‍ଏଚ୍‍ର ବ୍ୟାଟେରୀ ପାଇପାରିବେ। କ୍ୟାମେରା ବିଷୟରେ କହିଲେ ଏଥିରେ ପ୍ରଥମଥର କମ୍ପାନୀ ତରଫରୁ ଫୋନରେ ଲେନ୍ସ ଚୟନ କରିବାର ବିକଳ୍ପ ରହିଛି। ଯାହାଦ୍ୱାରା ଫଟୋ ଉଠାଇବା ସମୟରେ ରିୟରରେ ଥିବା ଡୁଆଲ ଲେନ୍ସ ମଧ୍ୟରୁ ଯେକୌଣସି ଗୋଟିଏ ଲେନ୍ସର ଚୟନ କରି ଫଟୋ ଉଠାଇପାରିବେ। ଏମଆଇ ଏ-୨ କ୍ୟମେରାକୁ କମ୍ପାନୀ ୱାନ ପ୍ଲସ ୬ ଏବଂ ଆଇଫୋନ ଏକ୍ସ ଠାରୁ ଭଲ ବୋଲି କହିଛି।
ଏମଆଇ ଏ-୨ର ମୂଲ୍ୟ
ଏମଆଇ ଏ-୨ର ୪ଜିବି ରାମ ୬୪ଜିବି ଷ୍ଟୋରେଜ ଫୋନର ମୂଲ୍ୟ ୧୬,୯୯୯ଟଙ୍କା। ଫୋନ ସହିତ ଜିଓ ତରଫରୁ ୨,୨୦୦ଟଙ୍କାର କ୍ୟାସବ୍ୟାକ ଏବଂ ୪.୫ଟବି ଡାଟା ମିଳିବ। ଏହାବ୍ୟତୀତ ଫୋନରେ ଏଚଡିଏଫସି କାର୍ଡରୁ ପେମେଣ୍ଟ କରିବା ଦ୍ୱାରା ୫ପ୍ରତିଶତ କ୍ୟାସବ୍ୟାକ ମଧ୍ୟ ମିଳିବ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories