www.samajalive.in
Saturday, December 6, 2025
26.1 C
Bhubaneswar

ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମେକ୍ସିକୋକୁ ମିଳିଲା ପ୍ରଥମ ରାମ ମନ୍ଦିର; ଭାରତରୁ ନିଆଯାଇଛି ପ୍ରତିମା

ମେକ୍ସିକୋ: ପ୍ରତ୍ୟେକ ଭାରତୀୟ ଆଜି ଭକ୍ତିଭାବରେ ମଗ୍ନ। ସାରା ଦେଶ ରାମମୟ। ବର୍ଷ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଅଯୋଧ୍ୟାରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ପ୍ରଭୁ ଶ୍ରୀରାମ। ସୋମବାର ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ହୋଇଛି। ବିଶ୍ବର ବିଭିନ୍ନ ଦେଶରେ ଏହି କାର୍ଯ୍ୟକ୍ରମକୁ ନେଇ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଆମେରିକା, ମେକ୍ସିକୋ, କାନାଡା ଏବଂ ଅଷ୍ଟ୍ରେଲିଆର ମନ୍ଦିରମାନଙ୍କରେ ସୁନ୍ଦରାକାଣ୍ଡ, ରାମଚରିତମାନସ ପାଠ କରାଯାଇଛି। ଇତି ମଧ୍ୟରେ ମେକ୍ସିକୋକୁ ମିଳିଛି ଏହାର ପ୍ରଥମ ରାମ ମନ୍ଦିର। ମେକ୍ସିକୋର କ୍ଵେରେଟାରୋ ସହରରେ ନିର୍ମିତ ନୂତନ ରାମ ମନ୍ଦିରକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି।


ମେକ୍ସିକୋରେ ନିର୍ମିତ ମନ୍ଦିରରେ ଭାରତରୁ ଅଣାଯାଇଥିବା ପ୍ରତିମା ସ୍ଥାପନ କରାଯାଇଛି। ଜଣେ ଆମେରିକୀୟ ଭାରତୀୟ ପୂଜକଙ୍କ ଦ୍ବାରା ରୀତିନୀତି ଅନୁସାରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଏହି ଅବସରରେ ପ୍ରବାସୀ ଭାରତୀୟମାନଙ୍କ ଦ୍ୱାରା ଭଜନ, କୀର୍ତ୍ତନ ଏବଂ ଶାସ୍ତ୍ରୀୟ ସଂଗୀତର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଭାରତୀୟ ସମ୍ପ୍ରଦାୟ ଏବଂ ମେକ୍ସିକୋର ନାଗରିକମାନେ ଅଂଶଗ୍ରହଣ କରିଥିଲେ। ମେକ୍ସିକୋରେ ଥିବା ଭାରତୀୟ ଦୂତାବାସ ପୋଷ୍ଟକୁ ଶେୟାର କରି କହିଛି ଯେ, ମେକ୍ସିକୋରେ ପ୍ରଥମ ଭଗବାନ ରାମଙ୍କ ମନ୍ଦିର। ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ସମାରୋହର ପୂର୍ବ ସନ୍ଧ୍ୟାରେ କ୍ୱେରେଟାରୋ ସହରକୁ ଏହାର ପ୍ରଥମ ରାମ ମନ୍ଦିର ମିଳିଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories