ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

ଗଞ୍ଜାମ: ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟକୁ ଏକ ସ୍ମାରକ ପତ୍ର କଲେଜ ଅଧ୍ୟକ୍ଷଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲା ସଂଯୋଜକ ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟ, ବ୍ଲକ ସଂଯୋଜକ ଆଦିତ୍ୟ ପ୍ରସାଦ ମହାପାତ୍ର, ମହାବିଦ୍ୟାଳୟ ସଂଯୋଜକ ମଧୁସୂଦନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଗଞ୍ଜାମ ମହାବିଦ୍ୟାଳୟ ମୁଖ୍ୟ ଫାଟକରୁ ଏକ ଶୋଭଯାତ୍ରା ବାହାରି ଅଧ୍ୟକ୍ଷଙ୍କ ଜରିଆରେ ଉପଜିଲ୍ଲାପାଳଙ୍କ ନିକଟକୁ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଯାଇଅଛି ।

prayash

ସୂଚନାଯୋଗ୍ୟ ଯେ, ୨୦୦୮ ପରେ ପରିଚାଳନା ସମିତି ଦ୍ଵାର ନିଯୁକ୍ତି ପାଇଥିଵା ଅଧ୍ୟାପକ କର୍ମଚାରୀଙ୍କୁ ସରକାରୀ ଅନୁଦାନ ପରିସରଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରାଯାଇଥିଲା। ଏହି ଶୋଭାଯାତ୍ରାରେ ସଦସ୍ୟ ରଘୁନାଥ ରେଡି, ଅଜୟ ବାରିକ, ପ୍ରଭାତୀ ତ୍ରିପାଠୀ, ନମିତା ସାହୁ, ଡି ମହେଶ୍ୱର, ଶିବ ବେହେରା, କୃଷ୍ଣ ବାରିକ ପ୍ରମୁଖ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

kalyan agarbati

Comments are closed.