www.samajalive.in
Saturday, December 13, 2025
18.1 C
Bhubaneswar

ଏସଇସିସି ତାଲିକାରେ ନାମପଞିକରଣ ପାଇଁ ବିଡିଓଙ୍କୁ ଦାବୀପତ୍ର

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ପଞ୍ଚାୟତ ଅର୍ନ୍ତଗତ ବୀରାମଚନ୍ଦ୍ରପୁର ଗ୍ରାମର ୨୪ଜଣ ଗରିବ ହିତାଧିକାରୀ ଏସଇସିସି ତାଲିକାରେ ନାମ ପଞ୍ଜିକରଣ ପାଇଁ ବୁଧବାର ହରଭଙ୍ଗା ବିଡିଓଙ୍କ ନିକଟରେ ଫେରାଦ ହେବା ସହ ଏ ସଂର୍ପକୀତ ଏକ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।

ବୀରାମଚନ୍ଦ୍ରପୁର ଗ୍ରାମର କେଦାର ମହାକୁଡ, ହିମାଂଶୁ ଜେନା, ସୁଜ୍ଞାନ ବାଘ, ସଇନ୍ଦ୍ରୀ ସାହୁ, ନାରାୟଣ ମହାକୁଡ, ପ୍ରଦୀପ ରାଉତ ପ୍ରମୁଖଙ୍କ ଅଭିଯୋଗ ଅନୁସାରେ ସେମାନେ ଗରିବ ଶ୍ରେଣୀର ହୋଇଥିବାବେଳେ ପ୍ରତିଦିନ ମୂଲ ମଜୁରୀ ଖଟି ପେଟ ପୋଷନ୍ତି। ଏପରି ସ୍ଥିତିରେ ଘର ଖଣ୍ଡିଏ କରିବାକୁ ସେମାନଙ୍କ ସମ୍ବଳ ନାହିଁ। ପ୍ରତ୍ୟେକ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଭଳି ଜନକଲ୍ୟାଣକାରୀ ଯୋଜନା ସରକାର ବ୍ୟବସ୍ଥା କରିଛନ୍ତି। ମାତ୍ର ସେମାନଙ୍କ ଭଳି ଗରିବ ପରିବାରଙ୍କ ଏସଇସିସି ତାଲିକାରେ ନାଁ ନଥିବାରୁ ପ୍ରଧାନମନ୍ତ୍ରୀ ଆବାସରୁ ସେମାନେ ବଞ୍ଚିତ ହୋଇରହିଛନ୍ତି। ସେମାନଙ୍କ ନାମ ଏସଇସିସି ତାଲିକାରେ ପଞ୍ଜିକରଣ ପାଇଁ ବାରମ୍ବାର ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସତ୍ୱେ କୌଣସି ସୁଫଳ ମିଳୁନାହିଁ। ଏଣୁ ସେମାନଙ୍କୁ ତୁରନ୍ତ ଏହି ତାଲିକାରେ ଅର୍ନ୍ତଭୁକ୍ତ କରାଯିବା ସହ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇବାକୁ ଦାବୀ କରିଛନ୍ତି।

- Advertisement -

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories