www.samajalive.in
Friday, December 12, 2025
16.1 C
Bhubaneswar

ଭୁବନେଶ୍ୱରରେ ମେଲୋରାର ପ୍ରଥମ ନ୍ୟୁ-ଏଜ୍‌ ଏକ୍ସପେରିଏନ୍ସ କେନ୍ଦ୍ର ଉଦଘାଟିତ; କମ୍ ଟଙ୍କାରେ ମିଳିବ ସୁନା !

ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଡି-୨-ସି ବ୍ରାଣ୍ଡ ମେଲୋରା (www.melorra.com) ପକ୍ଷରୁ ଭୁବନେଶ୍ୱର ନେକ୍ସସ ଏସପ୍ଲାନେଡ ମଲରେ ଏହାର ପ୍ରଥମ ନ୍ୟୁ-ଏଜ୍‌ ଏକ୍ସପେରିଏନ୍ସ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେଶନ (ବିଏମସି)ର ମେୟର ସୁଲୋଚନା ଦାସ ଯୋଗ ଦେଇ ଏହାକୁ ଉଦଘାଟିନ କରିଛନ୍ତି ।

ଏହି ଷ୍ଟୋରରେ ଏକବିଂଶ ଶତାବ୍ଦୀର ହାଲୁକା, ସୂକ୍ଷ୍ମ, ଟ୍ରେଣ୍ଡି, ମଡ୍ୟୁଲାର ଏବଂ ଫେଶନେବଲ ସୁନା ଅଳଙ୍କାର ମହିଳାମାନଙ୍କ ପାଇଁ ଗଚ୍ଛିତ ରହିଛି । ମେଲୋରାର ଏଭଳି କେନ୍ଦ୍ର ଭାରତରେ ୧୩ ଟି ରହିଛି । ଆଗାମୀ ବର୍ଷଗୁଡ଼ିକରେ ଏଭଳିି ୩୫୦ କେନ୍ଦ୍ରର ଶୁଭାରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି ।

- Advertisement -

ମେଲୋରା ଫେଶନେବଲ ସୁନା ଅଳଙ୍କାର ପ୍ରତି ଆଭିମୁଖ୍ୟକୁ ପୁଣି ନବୀକରଣକରି ଗ୍ରାହକମାନଙ୍କର କେବଳ ଉତ୍ସବ ସମୟରେ ଏହାକୁ କିଣିବାର ସାମ୍ପ୍ରତିକ ଧାରାରେ ଏକ ପରିବର୍ତନ ଆଣି ଏକ ଫେଶନ ଷ୍ଟେଟମେଂଟ ଭାବରେ ଅନ୍ୟ ସମୟରେ ମଧ୍ୟ ଏହାକୁ କିଣିବା ଲାଗି ଉତ୍ସାହ ସୃଷ୍ଟି କରୁଛି । ମେଲୋରା ଗ୍ରାହକମାନେ ଅଳଙ୍କାରର ସ୍ପର୍ଶ, ଅନୁଭବ ଏବଂ ପରୀକ୍ଷଣ ସହିତ ଏକ ଚିନ୍ତାମୁକ୍ତ ଚୟନ ଏବଂ କ୍ରୟ ଅଭିଜ୍ଞତା ହାସଲ କରିଥାନ୍ତି । ଏହି ବ୍ରାଣ୍ଡ ସମ୍ପ୍ରତି ଦେଶର ସମସ୍ତ ୭୧୮ ଜିଲ୍ଲା ଏବଂ ପିନ କୋଡ ବିତରଣ କରିଛି ।

ନିକଟରେ ହୋଇଥିବା ମେଲୋରା ସର୍ବେକ୍ଷଣ ଅନୁଯାୟୀ, ୯୦ଧ ରୁ ଅଧିକ ଗ୍ରାହକ ସମ୍ପ୍ରତିି ଟ୍ରେଣ୍ଡିଅର, ପେଶନେବଲ ଏବଂ ସ୍ୱତନ୍ତ୍ର ଭାବରେ ଡିଜାଇନ ହୋଇଥିବା ସୁନା ଅଳଙ୍କାର କିଣିବାକୁ ପସନ୍ଦ କରିଥାନ୍ତି । ସୁନା ଅଳଙ୍କାର ପିନ୍ଧିବାକୁ କମ୍ପାନୀ ପ୍ରୋତ୍ସାହିତ କରିଥାଏ । ଏହାକୁ ଲକର ଭିତରେ ରଖି କେବଳ ବିଶେଷ ଦିନରେ ବାହାରକୁ ବାହାରକୁ କରିବାକୁ ମନୋଭାବକୂ କମ୍ପାନୀ ଭଙ୍ଗ କରିବାକୁ ଚାହେଁ । ମେଲୋରା ହାଲୁକା ଏବଂ ଫେଶନେବଲ ସୁନା ଅଳଙ୍କାର ଉପଲବ୍ଧ କରାଇ ଭିନ୍ନତା ଆଣିଥାଏ । ଏହାକୁ ଯେ କୌଣସି ଆଭୂଷଣ ସହିତ ପିନ୍ଧାଯାଇପାରିବ ।

ଏହି ଅବସରରେ ମେଲୋରାର ପ୍ରତିଷ୍ଠାତା ତଥା ସିଇଓ ସରୋଜା ୟେରାମିଲି କହିଲେ, ସମ୍ପ୍ରତି ମହିଳାମାନେ ଦୈନଦିନ ଜୀବନରେ ପରିଧାନ କରିହେଉଥିବା ଅଳଙ୍କାର ପ୍ରତି ଆକୃଷ୍ଟ ହେଉଛନ୍ତି । ଏସବୁ ଅଳଙ୍କାରକୁ କେବଳ ବିଶେଷ ଦିନ ପାଇଁ ଆଲମାରୀରେ ରଖିବାର କୌଣସି ଆବଶ୍ୟକତା ନାହିଁ । ମହିଳାଙ୍କର ଏହି ମନୋଭାବକୁ ଦୃଷ୍ଟିରେ ରଖି ମେଲୋରା ଗ୍ରାହକଙ୍କୁ ଟ୍ରେଣ୍ଡ-ପ୍ରେରିତ ହାଲୁକା ଏବଂ ଫେଶନେବଲ ସୁନା ଅଳଙ୍କାର ୧୭,୦୦୦ରୁ ଅଧିକ ଡିଜାଇନ ସହିତ ଚୟନ କରିବାର ସୁଯୋଗ ପ୍ରଦାନ କରିଥାଏ । ଏସବୁ ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇଥାଏ । ଆମେ ଆମର ଗ୍ରାହକଙ୍କୁ ସୁନା ଅଳଙ୍କାର ସମ୍ପର୍କରେ ଏକ ନୂତନ ଅନୁଭବ ପ୍ରଦାନ କରିବାକୁଚାହୁଁଛୁ । ଆମର ନୂତନ ଭାବେ ଆରମ୍ଭ ହୋଇଥିବା ଭୁବନେଶ୍ୱର କେନ୍ଦ୍ରକୁ ଆସି ସ୍ୱତନ୍ତ୍ର ଅଭିଜ୍ଞତା ହାସଲ ଲାଗି ସେମାନଙ୍କୁ ସ୍ୱାଗତ କରୁଛୁ ।

ମେଲୋରା ହାଲୁକା ଏବଂ ସୁଲଭ ଫେଶନେବଲ ସୁନା ଅଳଙ୍କାର ଉପଲବ୍ଧ କରାଇଥାଏ ।ଏହାର ଅଧିକାଂଶ ଚାହିଦା ୨୦-୫୦ ହଜାର ଟଙ୍କା ମୂଲ୍ୟ ସୀମାମଧ୍ୟରେ ରହିଥାଏ ।

ମେଲୋରା ଏପର୍ଯ୍ୟନ୍ତ ଦେଶର ୩୦୦୦ ରୁ ଅଧିକ ସହର / ଟାଉନ/ ଗ୍ରାମରେ ବିତରଣ ସେବା ଆରମ୍ଭ କରି ସବୁ ସ୍ଥାନରେ ଏହାର ଉପସ୍ଥିତି ଜାହିର କରିଛି । ୧୦, ୦୦୦ରୁ କମ ଜନସଂଖ୍ୟା ବିଶିଷ୍ଟ ଗ୍ରାମରୁ ଆରମ୍ଭ କରି ୧ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡିକରେ ଏହାର ବିତରଣ ସେବା ଜାରି ରହିଛି । ଯୁକ୍ତରାଷ୍ଟ୍ର, ବ୍ରିଟେନ, ସିଙ୍ଗାପୁର ଏବଂ ୟୁଏଇକୁ ଏହାର ବିତରଣ କ୍ଷମତା ସମ୍ପ୍ରସାରଣ ସହିତ ମେଲୋରା ନିଶ୍ଚିତ କରୁଛି ଯେ ସୁନା ପ୍ରତିଦିନ ପିନ୍ଧିବା ଲାଗି ଫେଶନେବଲ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories