www.samajalive.in
Monday, December 15, 2025
26.1 C
Bhubaneswar

ମେହେନ୍ଦୀ ଲଗାକେ ରଖନା, ଏବେ ଅଧିକ ସତର୍କତା ସହ !

ନୂଆଦିଲ୍ଲୀ: ଦେଶରେ ବିବାହ ସମାରୋହମାନ ଆରମ୍ଭ ହେବା ପରେ ଛୋଟମୋଟ ବିକ୍ରେତାମାନଙ୍କ ପାଇଁ ଖୁସିର ସମୟ ଆସିଛି, ଯେଉଁଥିରେ ମେହେନ୍ଦୀ କଳାକାର ମଧ୍ୟ ସାମିଲ ଅଛନ୍ତି। ବ୍ୟବସାୟକୁ ପୁଣିଥରେ ପୂର୍ବ ସ୍ଥିତକୁ ଆଣିବା ଆଶାରେ ସେମାନେ ଉଚିତ୍‍ ସାବଧାନତା ତଥା ସତର୍କତା ସହ ବିଭିନ୍ନ ସ୍ଥାନକୁ ଯାଇ ନିଜ କାମ ଆରମ୍ଭ କରିଛନ୍ତି।

ଲକ୍‍ଡାଉନ୍‍ ସମୟରେ ଗତ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ବୁକିଂ ଶୂନ୍ୟ ରହିଥିବା ବେଳେ ମେହେନ୍ଦୀ କଳାକାରମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। କିନ୍ତୁ ଏବେ ଧିରେଧିରେ ସେମାନେ ନିଜ ବ୍ୟବସାୟକୁ ନେଇ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରୁଛନ୍ତି। କାରଣ କରୋନା କଟକଣା ସମାନ୍ୟ କୋହଳ ହେବା ପରେ ଦେଶରେ ବିବାହ ସମାରୋହଗୁଡ଼ିକ ପାଇଁ ପୁଣି ମେହେନ୍ଦୀ ବୁକିଂ ଆରମ୍ଭ ହୋଇଛି।

- Advertisement -

ଏହି କରୋନା ସମୟରେ କିପରି ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରି ନିଜ ଗ୍ରାହକଙ୍କୁ ସୁରକ୍ଷିତ ସେବା ଯୋଗାଉଛନ୍ତି ସେ ନେଇ ଦିଲ୍ଲୀର ଜଣେ ଲୋକପ୍ରିୟ ମେହେନ୍ଦୀ କଳାକାର ରାଜୁ ନିଜ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, “ଜୁନ୍‍ ମାସରେ ଦିଲ୍ଲୀ, ବୁଲନ୍ଦସହର ଓ ବୃନ୍ଦାବନରୁ ଆମେ ପ୍ରାୟ ୨୫-୩୦ଟି ମେହେନ୍ଦୀ ବୁକିଂ ପାଇଛୁ। ଗ୍ରାହକଙ୍କୁ ସୁରକ୍ଷିତ ସେବା ଯୋଗାଇଦେବା ପାଇଁ ଆମେ ଉଚିତ ସାବଧାନତା ଅବଲମ୍ବନ କରୁଛୁ। ଯେପରିକି, ସମ୍ପୂର୍ଣ୍ଣ ଟିମ୍‍ର ନିୟମିତ ବ୍ୟବଧାନରେ ଶରୀର ତାପମାତ୍ରା ଯାଞ୍ଚ କରିବା, ହାତ ଗୋଡ଼ ସହ ଲୁଗାପଟା ଆଦିକୁ ସାନିଟାଇଜ୍‍ କରିବା ଇତ୍ୟାଦି। ଏହା ବ୍ୟତୀତ ଗ୍ଲୋଭ୍‍ସ ଏବଂ ମାସ୍କ ବାଧ୍ୟତାମୂଳକ କରାଯାଇଛି। ତେବେ ଦୁଇ ହାତରେ ଗ୍ଲୋଭ୍‍ସ ପିନ୍ଧି ମେହେନ୍ଦୀ ଲଗାଇବା ଏକ ଜଟିଳ ବ୍ୟାପାର, ତେଣୁ ଲଗାଇବା ସମୟରେ ଗୋଟିଏ ହାତରୁ ଖୋଲି ଦେଉଛୁ”।

ସେହିପରି ଗୁରୁଗ୍ରାମର ଜଣେ ଲୋକପ୍ରିୟ ମେହେନ୍ଦୀ ଆର୍ଟିଷ୍ଟ, ଯିଏ କି ଅନେକ ସ୍ଥାନକୁ ଯାଇଥାଆନ୍ତି, ସେ ଏବେ ସବୁ ସ୍ଥାନ ତଥା ଅଞ୍ଚଳକୁ ନେଇ ଅଧିକ ସଚେତନ ହୋଇପଡ଼ିଛନ୍ତି। ସେ କହିଛନ୍ତି, “ଅଧିକ ସଂକ୍ରମଣ ଥିବା ସ୍ଥାନକୁ ନ ଯିବା ପାଇଁ ଆମେ ଚେଷ୍ଟା କୁରୁଛୁ। ତେଣୁ ଏବେ ତାରିଖ, ସ୍ଥାନ ଓ ସହରକୁ ନେଇ ଅଧିକ ସଚେତନ ହେବାକୁ ପଡ଼ୁଛି। ମାସ୍କ ଓ ସାନିଟାଇଜର ନିଶ୍ଚିତ ରୂପେ ବ୍ୟବହାର କରୁଛୁ”।

ଏହାବ୍ୟତୀତ କନ୍ୟା ମଧ୍ୟ ନିଜ ମେହେନ୍ଦୀ ଉତ୍ସବ ପାଇଁ ଯଥେଷ୍ଟ ସାବଧାନତା ଅବଲମ୍ବନ କରୁଛନ୍ତି। ନିକଟରେ ବିବାହ କରିଥିବା ନିହାରୀକା ବର୍ମା ନାମ୍ନୀ ଦିଲ୍ଲୀର ଜଣେ ଉଦ୍ୟୋଗୀ କହିଛନ୍ତି, “ମୋ ପରିବାର ନିଷ୍ପତ୍ତି ନେଲେ ଯେ, ସମସ୍ତ ମେହେନ୍ଦୀ ଆର୍ଟିଷ୍ଟ ଓ ପ୍ରିୟଜନଙ୍କ ପାଇଁ ପିପିଇ କିଟ୍‍ ମଗାଇବେ। ଯଦ୍ୱାରା ସେମାନେ ମେହେନ୍ଦୀ ସମାରୋହରେ ସାମିଲ ହେବାକୁ କୁଣ୍ଠାବୋଧ କରିବେ ନାହିଁ ଓ ସୁରକ୍ଷିତ ଭାବେ ଉପଭୋଗ କରିବେ”।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories