www.samajalive.in
Sunday, December 14, 2025
23.1 C
Bhubaneswar

ମେହବୁବା ମୁଫ୍‌ତିଙ୍କ ପାକିସ୍ତାନ ପ୍ରେମ, କହିଲେ ଚୀନ ସହ ଆଲୋଚନା କରୁଛ ପାକିସ୍ତାନ ସହ କାହିଁକି ନୁହେଁ

ଶ୍ରୀନଗର : ନଜର ବନ୍ଦୀରୁ ମୁକୁଳିବା ପରେ ଧାରା ୩୭୦ ଉଚ୍ଛେଦକୁ ନେଇ ବିଚଳିତ ହୋଇପଡିଥିବା ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପୂନର୍ବାର ଏକ ବିବାଦୀୟ ଦେଇଛନ୍ତି। ରାଜ୍ୟ ରାଜନୀତିରେ ନିଜର ଅସନ୍ତୋଷ ପରିପ୍ରକାଶ କରିବା ସହ ମେହବୁବା ମୁଫତି କହିଛନ୍ତି ଯେ ୩୭୦ ହଟାଇବା ପରେ ଜମ୍ମୁ କାଶ୍ମୀରର ଜମି ଓ ଚାକିରୀ ଛଡ଼ାଇ ନେବା ବିଜେପିର ଉଦ୍ଦେଶ୍ୟ ପାଲଟିଛି। ଯଦି କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରର ଯୁବକଙ୍କୁ ଚାକିରୀ ଯୋଗାଇ ନଦେବେ ତେବେ ତାଙ୍କ ପାଖରେ ବନ୍ଧୁକ ଉଠାଇବା ଛଡା କିଛି ବିକଳ୍ପ ନାହିଁ।

ଜାମ୍ମୁ ଗସ୍ତରେ ଥିବା ମେହବୁବା ମୁଫତି ଗଣମାଧ୍ୟମକୁ ବିବୃତ୍ତି ଦେବା ସମୟରେ ତାଙ୍କର ପାକିସ୍ତାନ ପ୍ରତି ଥିବା ପ୍ରେମ ଜଣାପଡିଥିଲା। ଗଣମାଧ୍ୟକୁ ବିବୃତ୍ତି ଦେବା ସୟରେ ସେ କହିଥିଲେ ଯଦି ସୀମା ବିବାଦକୁ ନେଇ ଭାରତ ଚୀନ ସହ ଆଲୋଚନା କରିପାରୁଛି ତେବେ ପାକିସ୍ତାନ ସହ କାହିଁକି ନୁହେଁ। ଆହୁରି ମଧ୍ୟ ସୀମାକୁ ନେଇ କହିଛନ୍ତି ଯେ ସୀମା ଖୋଲିବା ଉଚିତ୍ କାରଣ ଜାମ୍ମୁ କାଶ୍ମୀର ଦୁଇ ଦେଶ ମଧ୍ୟରେ ଶାନ୍ତିର ସେତୁ ପାଲଟିପାରେ ।

- Advertisement -

ମେହବୁବା ମୁଫତି ଆହୁରୀ ମଧ୍ୟ କହିଛନ୍ତି ଯେ ଜାମ୍ମୁ କାଶ୍ମୀରକୁ ୩୭୦ ସ୍ୱତନ୍ତ୍ର ମାନ୍ୟତା ଦେବାରେ ସର୍ଦ୍ଦାର ପଟେଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଡକ୍ଟର ଭୀମ୍ ରାଓ ଆମ୍ବେଦକର ଏହାକୁ ସମ୍ବିଧାନରେ ସ୍ଥାନ ଦେଇଥିଲେ। ୩୭୦ ଧାରା ରାଜ୍ୟରେ ଡୋଗ୍ରା ସଂସ୍କୃତି ବଞ୍ଚାଇବା ପାଇଁ ରହିଥିଲା । ଏହା ଦେଶର ତ୍ରିରଙ୍ଗା ହେଉ କିମ୍ବା କାଶ୍ମୀରର ପତାକା, ଆମକୁ ସମ୍ବିଧାନ ଏହା ପ୍ରଦାନ କରିଥିଲା । ଯାହା ବିଜେପି ଆମଠାରୁ ଏହାକୁ ଛଡ଼ାଇ ନେଇଛି । ଧାରା ୩୭୦ ହଟାଯିବା ପରେ କାଶ୍ମୀର ଠାରୁ ଜମ୍ମୁରେ ବିଜେପି ସରକାର ଅବସ୍ଥା ବିଗାଡି ଦେଇଛି। ଜମ୍ମୁ କାଶ୍ମୀର ଏବଂ ଲଦାଖର ଲୋକଙ୍କ ରୋଜଗାର ଏବଂ ଜମି ଅଧିକାର ମଧ୍ୟ ଛଡ଼ାଇ ନିଆଯାଇଛି। ସରକାର ଏପରି ପରିସ୍ଥିତି ସୃଷ୍ଟି କରିଛନ୍ତି ଯେ ଯୁବପିଢିଙ୍କ ପାଖରେ କେବଳ ବନ୍ଧୁକ ଉଠାଇବା କିମ୍ବା ଜେଲ ଯିବାର ବିକଳ୍ପ ଛଡା ଆଉ କିଛି ନାହିଁ।

ଜାମ୍ମୁ ଗସ୍ତରେ ଥିବା ମେହବୁବା ମୁଫତି ଦଳର ନେତାଙ୍କ ବ୍ୟତୀତ ଅନ୍ୟ ବିଭାଗର ପ୍ରତିନିଧୀଙ୍କୁ ଭେଟି ଗଣମାଧ୍ୟକୁ ବିବୃତ୍ତି ଦେବା ସହ କହିଛନ୍ତି, ଆଜି ବିଜେପିର ସମୟ । ଆସନ୍ତାକାଲି ଆମେ ଆସିବୁ। ଆଉ ସେତେବେଳେ ବିଜେପିର ଅବସ୍ଥା ମଧ୍ୟ ଟ୍ରମ୍ପଙ୍କ ଭଳି ଅବସ୍ଥା ହେବ । ସେପଟେ ସୀମାକୁ ନେଇ ମଧ୍ୟ କହିଛନ୍ତି ମହବୁବା । ସୀମା ଖୋଲିବା ଉଚିତ୍ କାରଣ ଜାମ୍ମୁ କାଶ୍ମୀର ଦୁଇ ଦେଶ ମଧ୍ୟରେ ଶାନ୍ତିର ସେତୁ ପାଲଟିପାରେ । ଆମ ସ୍ୱତନ୍ତ୍ରତା ଆମକୁ ଫେରାଇ ଦିଅ ଜାମ୍ମୁ କାଶ୍ମୀରକୁ ଖଣ୍ଡ ଖଣ୍ଡ କରନାହିଁ । ଜମ୍ମୁ କାଶ୍ମୀର ଦୁଇ ଦେଶ ମଧ୍ୟରେ ଶାନ୍ତିର ସେତୁ ପାଲଟିଛି। ଆମ ପତାକାକୁ ଆମକୁ ଫେରାଇ ଦିଅ ବୋଲି ମୁଫତି କହିଛନ୍ତି

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories