ଦଳପଡା ଉଚ୍ଚ ବିଦ୍ୟାଳୟରେ ମେଗା ଚାରା ରୋପଣ କାର୍ଯ୍ୟକ୍ରମ
ଫୁଲବାଣୀ : ଖଜୁରୀ ପଡା ବ୍ଲକ ଦଳପଡା ଗ୍ଲାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଗଠିତ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଓ ବନ ବିଭାଗ ଏବଂ ଉଚ୍ଚ ବିଦ୍ୟାଳୟ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ମିଳିତ ଆନୁକୂଲ୍ୟରେ ମେଗା ବୃକ୍ଷ ଚାରା ରୋପଣ ଆୟୋଜିତ ହୋଇଥିଲା। ଚାରା ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ରବୀନ୍ଦ୍ର ନାଥ କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ, ଖଜୁରୀ ପଡା ଗୋଷ୍ଠୀ ଶିକ୍ଷା ଅଧିକାର ବିନୋଦ ବିହାରୀ ଦିଗାଲ, କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦର ଅଧ୍ୟକ୍ଷ ଅଶୋକ କୁମାର ବେହେରା, ଉପାଧ୍ୟକ୍ଷ ଦିଲୀପ କୁମାର ସାହାଣୀ, ସମ୍ପାଦକ ସୁବାଷ ପ୍ରଧାନ, ସହ ସମ୍ପାଦକ ଶୁଭେନ୍ଦୁ ତ୍ରିପାଠୀ, ପ୍ରଫେସର ଅମୂଲ୍ୟ ତ୍ରିପାଠୀ, କୋଷାଧ୍ୟକ୍ଷ ବିଷ୍ଣୁ ତରଣ ପ୍ରଧାନ, ସ୍ଥାନୀୟ ସରପଞ୍ଚ ପଦ୍ମିନୀ ମଳିକ, ସମିତି ସଭ୍ୟ ସୁନନ୍ଦ ଜାନୀ ଯୋଗ ଦେଇଥିଲେ।
ବିଦ୍ୟାଳୟ ପରିସରରେ ଜାମୁ, ଆମ୍ବ, ଲିମ୍ବ, ଛାତିଆନ, ରାଧା ଚୁଡା, ବାହାଡା, ଡଲିଚନ୍ଦନ, ବାଲିଶିଶୁ, କରଞ୍ଜ, ଏଭଳି ତିନି ଶହ ଔଷଧୀୟ ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ରେଞ୍ଜର ଶତ୍ରୁଘନ ମହାନ୍ତି, ଖଜୁରୀ ପଡା ଫରେଷ୍ଟର ଅଜିତ କୁମାର ସାହାଣୀ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ବାରିକ, ଶିକ୍ଷୟତ୍ରୀ ସସ୍ମିତା କାନୁନଗୋ, ପୂର୍ବତନ ସରପଞ୍ଚ ରଞ୍ଜନ କୁମାର କହଁର, ରମାକାନ୍ତ ମଳିକ, ଗଣମାଧ୍ୟମ ପ୍ରତିନିଧି ଗୌର ଚରଣ ବେହେରା, ଅନନ୍ତ କୁମାର ଦିଗାଲ, ବଳଦେବ ବେହେରାଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ତରଫରୁ ଚଳିତ ବର୍ଷ ମାଟ୍ରିକ୍ ପରିକ୍ଷାରେ ଖଜୁରୀପଡା ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ତିନି ଜଣ ଛାତ୍ରୀ ହ୍ରୀଷିକା ମଳିକ, ଜୟଶ୍ରୀ ଦାସ ଏବଂ ପ୍ରୀୟଦର୍ଶିନୀ ବେହେରାଙ୍କୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
Comments are closed.