www.samajalive.in
Sunday, December 14, 2025
23.1 C
Bhubaneswar

ରୋଟାରୀ ଭବନରେ ବୃହତ୍‌‌ ମାଗଣା ସ୍ୱାସ୍ଥ୍ୟ ଶିବିର

କେନ୍ଦୁଝରଗଡ଼: ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ମଙ୍ଗଳବାର ରୋଟାରୀ କ୍ଲବ କେନ୍ଦୁଝର, ହିମା ହସ୍ପିଟାଲ ଓ ଭାରତୀୟ ଚିକିତ୍ସକ ସଂଘ କେନ୍ଦୁଝର ମିଳିତ ସହଯୋଗରେ ରୋଟାରୀ ଭବନଠାରେ ଏକ ବୃହତ୍‌‌ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶେଷଜ୍ଞ ଡାକ୍ତର ପି.ସି. ଦାସ, ଡାକ୍ତର ବେଣୁଧର ମୁଦୁଲି, ଡାକ୍ତର ଅରୁଣ କୁମାର ସାହୁ, ଡାକ୍ତର ମଦନମୋହନ ମହାପାତ୍ର, ଡାକ୍ତର ଭାରତୀମଣୀ ବେହେରା, ଡାକ୍ତର ମହେଶ ପ୍ରସାଦ ମହାନ୍ତ, ଡାକ୍ତର ପି.ସି ସ୍ୱାଇଁ ପ୍ରମୁଖ ଏହି ଶିବିରରେ ଯୋଗଦେଇ ବିଶେଷକରି ମଧୁମେହ ରୋଗରେ ପୀଡିତ ରୋଗୀଙ୍କ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ସହ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ପରାମର୍ଶ କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିବା ରୋଟାରୀ କ୍ଲବ କେନ୍ଦୁଝରର ସଭାପତି ବିଶ୍ୱପ୍ରକାଶ ଭଟ୍ଟାଚାର୍ଯ୍ୟ କହିଛନ୍ତି। ଏଥିସହ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ମମତାରାଣୀ ଜେନାଙ୍କ ଦ୍ୱାରା ଗର୍ଭବତୀମାନଙ୍କଠାରେ ମଧ୍ୟ ପ୍ରଥମଥର ପାଇଁ ଗର୍ଭ ସମୟରେ ମଧୁମେହ ରୋଗ ଦେଖା ଦେଉଥିବାରୁ ଏଥିରୁ କିଭଳି ଗର୍ଭବତୀ ନିଜକୁ ସୁରକ୍ଷିତ ରଖିବା ସହ ସନ୍ତାନ ପ୍ରସବ କରିବେ ସେ ନେଇ ମଧ୍ୟ ଚିକିତ୍ସା ପରାମର୍ଶ ସହ ଔଷକ୍ଷ ଯୋଗାଇ ଦିଆଯାଇଥିଲା। ସେହିଭଳି ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ରଶ୍ମୀରଞ୍ଜନ ଭଞ୍ଜ ଓ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତାଙ୍କ ଦ୍ୱାରା ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ ଯୋଗାଇ ଦିଆଯାଇଥିଲା। ଏତଦ୍‌‌ବ୍ୟତୀତ ସ୍ନାୟୁ, ହୃଦ୍‌‌ରୋଗ ଓ ଯକୃତଜନିତ ରୋଗର ଚିହ୍ନଟ କରାଯାଇ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ମଧ୍ୟ ଯୋଗାଇ ଦିଆଯାଇଥିଲା। ରୋଟାରୀ କ୍ଲବ କେନ୍ଦୁଝରର ସମ୍ପାଦକ ମହେଶ ଚାୱଡା, ରୋଟାରିଆନ ରାଜଲକ୍ଷ୍ମୀ ସ୍ୱାଇଁ ଓ ଦେବବ୍ରତ ସ୍ୱାଇଁ, ସଞ୍ଜୟ କୁମାର ସାହୁ, ସଞ୍ଜୟ କୁମାର ମହାପାତ୍ର, ଗଜେନ୍ଦ୍ର ବେହେରା, ପ୍ରଭାତ ରଞ୍ଜନ ଭୂୟାଁ, ସତ୍ୟଜିତ ନନ୍ଦ, ଅମୀୟ ବେହେରା, ପ୍ରଶାନ୍ତ କୁମାର ସ୍ୱାଇଁ, ନିରୁପମା ସ୍ୱାଇଁ, ସବିତା ବେହେରା, ବିଜୟନାଥ କାପୁର, ମାନସ ରାଉତ, ହରିହର ସାହୁ, ବିନୟ ରାଉତ, ବି.ଏନ୍‌‌.ପ୍ରସାଦ, ବସନ୍ତ ନେଓଟିଆ, ଇଂ ବସନ୍ତ କୁମାର ଦାନୀ, ଅଞ୍ଜୁ ସାହୁ ପ୍ରମୁଖ ଉପସ୍ଥିତ ରହି ଶିବିର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ମୋଟ ୩୫୬ଜଣ ରୋଗୀଙ୍କ ବିଭିନ୍ନ ରୋଗର ପରୀକ୍ଷା ସହ ନିଋପଣ କରାଯାଇ ଆବଶ୍ୟକ ଚିକିତ୍ସା ପରାମର୍ଶ ସହ ମାଗଣାରେ ଔଷଧ ଯୋଗାଇ ଦିଆଯାଇଥିଲା। ଶିବିର ଆୟୋଜନ ଓ ପରିଚାଳନାରେ ସମସ୍ତଙ୍କ ସହଯୋଗ ଯୋଗୁଁ ସମ୍ଭବପର ହୋଇଥିବାରୁ ରୋଟାରୀ କ୍ଲବ ସଭାପତି ବିଶ୍ୱପ୍ରକାଶ ଭଟ୍ଟାଚାର୍ଯ୍ୟ ଧନ୍ୟବାଦ ଜଣାଇଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories