www.samajalive.in
Monday, December 8, 2025
14.1 C
Bhubaneswar

ଔଷଧିତ ମସାରି ବଣ୍ଟନ ପାଇଁ ଷ୍ଟିୟରିଙ୍ଗ କମିଟିର ବୈଠକ

ଫୁଲବାଣୀ : ସମଗ୍ର କନ୍ଧମାଳ ଜିଲ୍ଲାରେ ଥିବା ସମସ୍ତ ଲୋକଙ୍କୁ କିପରି କୋଡ଼ିଡ ନିୟମ ଅନୁସାରେ ଦୂରତା ରକ୍ଷାକରି ମଶାରି ବଣ୍ଟନ କରାଯିବ ସେନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକଙ୍କ ସମେତ ଜିଲ୍ଲା ସ୍ତରୀୟ କମିଟିର ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ।  ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦୀର୍ଘସ୍ଥାୟୀ ଔଷଧିତ ମସାରି ବଣ୍ଟନ ନିମନ୍ତେ ଚଳିତ ବର୍ଷ ନୂତନ ଭାବରେ ଗଠିତ ଷ୍ଟିୟରିଙ୍ଗ କମିଟିର ଗୁଗୁଲ ମିଟ୍ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ମ୍ୟାଲେରିଆ ପ୍ରବଣ ଅଂଚଳ ଗୁଡିକୁ ନିରନ୍ତର ଭାବରେ ଏବଂ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏଥି ପାଇଁ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାର ସବୁ ଅଂଚଳରେ କାର୍ଯ୍ୟରତ ଏ.ଏନ.ଏମ, ସ୍ୱସ୍ଥ୍ୟକର୍ମୀ, ଆଶା, ଅଙ୍ଗନବାଡି କର୍ମୀ,ଜଙ୍ଗଲ ବିଭାଗୀୟ କର୍ମଚାରୀଙ୍କ ସମେତ ପୁଲିସ କର୍ମଚାରୀମାନେ ମଧ୍ୟ ସମ୍ପୃକ୍ତ ଅଂଚଳ ଗୁଡିକରେ ନିୟମିତ ଶିବିର କରି ବିଭିନ୍ନ ଦୃଶ୍ୟ,ଶ୍ରାବ୍ୟ ସାଧନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ମସାରି ବ୍ୟବହାର ଉପରେ ସଚେତନ କରାଇବା ସହିତ ସେମାନଙ୍କୁ ପ୍ରଦାନ କରାଯାଇ ଥିବା ମସାରି ଗୁଡିକ ସେମାନେ ନିୟମିତ ବ୍ୟବହାର କରୁଛନ୍ତି କି ନାହିଁ ତାହା ତଦାରଖ କରିବାକୁ ଏଥିରେ ଗୁରୁତ୍ୱ ଦିଆଯାଇଥିଲା । ଡା.ପ୍ରଭାକର ସାହୁ ମସାରି ଯୋଗାଣ ଏବଂ ବିତରଣ କାର୍ଯ୍ୟକ୍ରମ ବାବଦରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ଭେକ୍ଟର ବାହିତ ରୋଗର ପରାମର୍ଶ ଦାତା କୁମୁଦଚନ୍ଦ୍ର ସାହୁ ପାୱାର ପଏଣ୍ଟ ଜରିଆରେ ମ୍ୟାଲରେିଆ ନିବାରଣ ପାଇଁ ଉପଦେୟ ତଥ୍ୟ ପ୍ରଦାନ କରିଥିଲେ। ବୈଠକରେ ମସାରି ବଣ୍ଟନ ବେଳେ କୋଭିଡ ନିୟମକୁ ପାଳନ କରାଯିବାକୁ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ୩ ପ୍ରକାରର ମସାରି ବଣ୍ଟନ କରାଯିବ। ୧୦ ବର୍ଷରୁ ୧୯ ବର୍ଷର କିଶୋର କିଶୋରୀ, ବିବାହିତ ବୟସ୍କ,ବିଧବା,ଭିନ୍ନକ୍ଷମ,ଦୀର୍ଘଦିନ ପୀଡିତ ବ୍ୟକ୍ତି,୬୦ ବର୍ଷ କିମ୍ବା ତଦ୍ଉର୍ଦ୍ଧ ବ୍ୟକ୍ତି,ଆବାସିକ ବିଦ୍ୟାଲୟ ଛାତ୍ରଛାତ୍ରୀ,ପାରାମେଡିକାଲ ଫୋର୍ସ କର୍ମକର୍ତାଙ୍କୁ ସିଙ୍ଗଲ ମସାରି ପ୍ରଦାନ କରାଯିବ। ୫ ବର୍ଷରୁ କମ ଶିଶୁ ଓ ତାର ପିତାମାତା,୫ ବର୍ଷରୁ ୧୦ ବର୍ଷର ଦୁଇଜଣ ପୁଅ କିମ୍ବା ଝିଅଙ୍କୁ ଡବଲ ମସାରି ଦିଆଯିବ, ସେହିପରି ଛୋଟଛୋଟ ଦୁଇଟି ପିଲା ଥିବା ଦମ୍ପତିଙ୍କୁ ଫାମିଲି ମସାରି ପ୍ରଦାନ କରାଯିବ। ଦୁଇରୁ ଅଧିକ ପିଲା(୫ ବର୍ହରୁ କମ ଦୁଇଜଣ ଓ ୫ ବର୍ଷରୁ ବଡ ଜଣେ ବା ଦୁଇଜଣ)ପିଲା ଥିବା ଦମ୍ପତିଙ୍କୁ ସିଙ୍ଗଲ/ଡବଲ ମସାରି ଦିଆଯିବ ବୋଲି ନିଷ୍ପତି ନିଆଯାଇଛି। ସେହି ସବୁ ଅଂଚଳରେ ରହୁଥିବା ସି.ଆର.ପି.ଏଫ, ବିଏସଏଫ,ଅନାଥାଶ୍ରମ,ସେବାଶ୍ରମ ଗୁଡିକର ଅନ୍ତେବାସୀଙ୍କୁ ମଧ୍ୟ ଏହି ମସାରି ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ତୁମୁଡିବନ୍ଧ ଓ କୋଟଗଡ ବ୍ଳକରେ ଏହି ମସାରି ଦିଆଯିବ। ପରେ ଜିଲ୍ଲାର ଅନ୍ୟ ୧୦ଟି ବ୍ଳକରେ ଏହି ମସାରି ବଣ୍ଟନ କରାଯିବ ବୋଲି ଜଣାପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories