www.samajalive.in
Saturday, December 6, 2025
17.1 C
Bhubaneswar

ଛଟେଇ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ପୁନଃ ୯୦ଦିନର ନିଯୁକ୍ତି ଦିଆଯିବାର ପ୍ରତିଶ୍ରୁତି ଦେଲେ ଡାବୁଗାଁ ବିଧାୟକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ୧୯୬ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଛଟେଇ ପ୍ରତିବାଦରେ ୪ ଦିନ ଧରି ଧାରଣାରେ ବସିଥିବା ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଗତକାଲି ଉଗ୍ର ହୋଇ ଜାତୀୟ ରାଜପଥକୁ କିଛିସମୟ ପାଇଁ ଅବରୋଧ କରିବା ପରେ ପୁଲିସ ସେମାନଙ୍କୁ ଜୋରଜବରଦସ୍ତ ଥାନାକୁ ଉଠାଇ ନେଇଥିଲା। ଶେଷରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ୯୦ଦିନର ପୁନଃ ନିଯୁକ୍ତି ଦିଆଯିବାର ପ୍ରତିଶ୍ରୁତି ଦେବା ପରେ ଅଶ୍ଵସ୍ତି ହୋଇଥିଲେ ସମସ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ। ବିଧାୟକ ରନ୍ଧାରୀ ଥାନାରେ ପହଞ୍ଚି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବଙ୍କ ପତ୍ର ସଂଖ୍ୟା ୨୦୫୮୨/ହ ତା -୧୪/୯ ପ୍ରକାରେ ରାଜ୍ୟରେ ଛଟେଇ ହୋଇଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୋଭିଡ ଜରୁରୀ ସେବା ପାଇଁ ପୁଣି ୯୦ ଦିନର ନିଯୁକ୍ତି ଦେବାପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଥିବା ପତ୍ର ସେମାନଙ୍କୁ ଦେଖାଇଥିଲେ। ବିଧାୟକଙ୍କ ହସ୍ତକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଥିବା ନେଇ ଛଟେଇ ମହିଳା ସ୍ୱାସ୍ଥ୍ୟକର୍ମୀ ସଭାପତି କେ ସୁନିତା ପାତ୍ର ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏପଟେ ପୁଲିସ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଛାଡି ଦେଇଥିବା ବେଳେ ସେମାନଙ୍କୁ ସହଯୋଗ କରୁଥିବା ବିଭିନ୍ନ ଅନୁଷ୍ଠାନର ୪ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲେ। ଶନିବାର ସନ୍ଧ୍ୟାରେ ଅଟକ ୪ ଜଣ କୋର୍ଟରୁ ଜାମିନରେ ଆସିଥିବା ଜଣାପଡ଼ିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories