www.samajalive.in
Saturday, December 6, 2025
14.1 C
Bhubaneswar

ଅମର ଅଟଳ : ଯୁଗପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ମୁଖ ନିସୃତ ୧୦ଟି ଅମୂଲ୍ୟ ବାଣୀ…..

ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଆଜି ହେଉଛି ୯୬ତମ ଜନ୍ମଜୟନ୍ତୀ। ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଅଟଳ ବିହାରୀ ବାଜପେୟୀ । ବାଜପେୟୀ ପିତା କୃଷ୍ଣବିହାରୀ ବାଜପେୟୀ ଥିଲେ ଉତ୍ତର ପ୍ରଦେଶର ଆଗ୍ରା ଜିଲାର ପ୍ରାଚୀନ ବଟେଶ୍ୱରର ମୂଳନିବାସୀ । ବାଜପେୟୀଙ୍କ ମାତାଙ୍କ ନାମ ଥିଲା କୃଷ୍ଣା ବାଜପେୟୀ । ବାଜପେୟୀ ସ୍ନାତକ ଡିଗ୍ରୀ ଗ୍ୱାଲିୟରର ଭିକ୍ଟୋରିଆ କଲେଜ (ବର୍ତ୍ତମାନର ଲକ୍ଷ୍ମୀବାଇ କଲେଜ) ପ୍ରାପ୍ତ କରିଥିଲେ । ଏମଏ ପରେ ପରେ କାନପୁରରେ ଏଲଏଲବି ପଢିଥିଲେ । ଛାତ୍ର ଜୀବନରୁ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ (ଆରଏସଏସ) ସହ ଜଡିତ ହୋଇଥିଲେ ।

୧୯୫୫ରେ ଭାରତୀୟ ଜନସଂଘର ପ୍ରତିଷ୍ଠାତାଙ୍କ ମଧ୍ୟରେ ବାଜପେୟୀ ଥିଲେ ଅନ୍ୟତମ । ୧୯୬୮ରୁ ୧୯୭୩ ପର୍ୟ୍ୟନ୍ତ ବାଜପେୟୀ ଜନସଂଘର ଅଧ୍ୟକ୍ଷ ରହିଥିଲେ । ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପରାମର୍ଶରେ ରାଜନୀତିର ପାଠ ପଢିଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ୧୯୫୭ ରୁ ୨୦୦୯ ପର୍ୟ୍ୟନ୍ତ ସେ ନ’ ଥର ଲୋକସଭାକୁ ନିର୍ବାଚିତ ହୋଇ ଥିବାବେଳେ ରାଜ୍ୟସଭାକୁ ୧୯୬୨ ଓ ୧୯୮୬ ରେ ଦୁଇଥର ନିର୍ବାଚିତ ହୋଇଥିଲେ । ସଂସଦରେ ୫୦ ବର୍ଷରୁ ଅଧିକ ସମୟ ଧରି ସଦସ୍ୟ ଥିଲେ ବାଜପେୟୀ । ସେ ୧୯୯୬ ରେ ୧୩ ଦିନ, ୧୯୯୮ ରୁ ୧୯୯୯ ମଧ୍ୟରେ ୧୩ ମାସ ଏବଂ ୧୯୯୯ ରୁ ୨୦୦୪ ପୁରା ୫ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

- Advertisement -

ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିତ୍ୱ ଓ ବାଣୀ ଏପରି ଥିଲା, ଯେ ଖାଲି ସମର୍ଥକ ନୁହେଁ ବରଂ ବିରୋଧି ମଧ୍ୟ ତାଳି ମାରିବାକୁ ପଛଘୁଞ୍ଚା ଦେଉନଥିଲେ। ଆଜି ତାଙ୍କର ଜନ୍ମଦିନ ଅବସରରେ ତାଙ୍କର କେତୋଟି ଅମୂଲ୍ୟ ମୁଖ ନିସୃତ ବାଣୀ ବିଷୟରେ ଜାଣନ୍ତୁ, ଯେଉଁ ବାଣୀ ସର୍ବଦା ସଭିଁଙ୍କ ମନରେ ଚିରସ୍ମରଣୀୟ ହୋଇ ରହିଛି….

୧ – ଆପଣ ନିଜର ବନ୍ଧୁଙ୍କୁ ବଦଳାଇ ପାରିବେ ମାତ୍ର ପଡ଼ୋଶୀ ବଦଳାଇପାରିବେ ନାହିଁ।

୨ – ଛୋଟ ମନରୁ କେହି ବଡ଼ ହୋଇପାରିବେ ନାହିଁ। ଭଙ୍ଗା ମନରୁ କେହି ଠିଆ ହେବାକୁ ମଧ୍ୟ ସକ୍ଷମ ହୋଇ ପାରିବ ନାହିଁ।

୩ – ଲୋକତନ୍ତ୍ର ଏକ ଏପରି ଶକ୍ତି ଯେଉଁଠାରେ ଦୁଇ ମୂର୍ଖ ମିଶି ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ମଧ୍ୟ ହରାଇପାରିବ।

୪ – ଅତୀତରେ ହୋଇଥିବା ଭୁଲ ପାଇଁ କାହାକୁ ଦୋଷ ନଦେଇ ବର୍ତ୍ତମାନ ସମୟରେ ତାହାକୁ ସଜାଡ଼ିବା ଦରକାର।

୫ – ବାଧା ଆସିଥାଏ, ମାତ୍ର ବାଧା ସମ୍ମୁଖରେ ନତମସ୍ତକ ନକରି ପାହାଡ଼ ଭଳି ସାମ୍ନା କରିବା ଉଚିତ।

୬ – କୌଣସି ପରିସ୍ଥିତିରେ ହାର ନ ମାନି ସମୟ ସହ ପାଦ ମିଳାଇ ନିଜ କର୍ମ ଦ୍ୱାରା ସବୁକିଛି ଜୟକରି ହେବ।

୭ – ମୁଁ କେବଳ ମିଛ ପ୍ରତିଶ୍ରୁତି ନୁହେଁ ଆସି ନଥାଏ, ଇଚ୍ଛାଶକ୍ତି ନେଇ ଆସିଥାଏ।

୮ – ମୋ ନିକଟରେ ପୂର୍ବପୁରୁଷଙ୍କ ସମ୍ପତ୍ତି ନାହିଁ ସତ, ମାତ୍ର ମୋ ମା’ଙ୍କ ଆଶୀର୍ବାଦ ରହିଛି।

୯– ଯଦି ଆମ ଦେଶ ଶକ୍ତିଶାଳୀ ତେବେ କେହି ଆମ ଦେଶକୁ ଆଖି ଉଠାଇ ଦେଖିପାରିବେ ନାହିଁ।

୧୦ – ଏକତ୍ରିତ ହୋଇ ରହିଲେ ଶତ୍ରୁ ପରାଜିତ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories