www.samajalive.in
Saturday, December 13, 2025
27.1 C
Bhubaneswar

ଜଣକୁ ଛାଡ଼ିଲେ ସବୁ ପଡ଼ୋଶୀ ଭଲ: ଜୟଶଙ୍କର

ନୂଆଦିଲ୍ଲୀ : ଆଞ୍ଚଳିକ ସହଯୋଗ କ୍ଷେତ୍ରରେ କେବଳ ଜଣକୁ ଛାଡ଼ିଦେଲେ ଆମ ପାଇଁ ସବୁ ପଡ଼ୋଶୀ ଭଲ। ଦକ୍ଷିଣ ଏସିଆର ସମସ୍ତ ରାଷ୍ଟ୍ରଙ୍କ ସହିତ ଆମର ଭଲ ସମ୍ପର୍କ ରହିଛି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର। ବିଶ୍ବ ଅର୍ଥନୈତିକ ଫୋରମ୍‌ ଅବସରରେ ଆମେରିକୀୟ ପ୍ରତିନିଧିଙ୍କ ସହ ଆଲୋଚନା ସମୟରେ ପାକିସ୍ତାନକୁ ଇଙ୍ଗିତ କରି ଜୟଶଙ୍କର ଏଭଳି ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନ ବିଭିନ୍ନ ଆନ୍ତର୍ଜାତିକ ମଞ୍ଚରେ କାଶ୍ମୀର ପ୍ରସଙ୍ଗ ଉଠାଇ ଏହାର ଆନ୍ତର୍ଜାତିକୀକରଣ କରିବାକୁ ବୃଥା ପ୍ରୟାସ ଚଳାଇଛି; କାଶ୍ମୀରକୁ ଭାରତୀୟତାର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାରଙ୍କ ଉଦ୍ୟମକୁ ପାକିସ୍ତାନ ସହ୍ୟ କରିପାରୁ ନାହିଁ ବୋଲି ସେ କହିଛନ୍ତି। ଭାରତ ସମ୍ପ୍ରତି ବୃହତ୍‌ ବଜାରଭିତ୍ତିକ ଅର୍ଥନୈତିକ ଓ ଗଣତାନ୍ତ୍ରିକ ରାଷ୍ଟ୍ର। ସାମାଜିକ କ୍ଷେତ୍ରରେ ମଧ୍ୟ ଏହା ପାଶ୍ଚାତ୍ୟ ରାଷ୍ଟ୍ର ସହିତ କାନ୍ଧ ମିଳାଇ ଅଗ୍ରସର ହେବାକୁ ସକ୍ଷମ। ‘ଉଦିତ ଏସିଆ’ର ଅଂଶବିଶେଷ ସ୍ବରୂପ ଏହା ସମସ୍ତଙ୍କ ସହିତ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରକ୍ଷା କରିଛି। ଭାରତର ବୈଦେଶିକ ନୀତି ବିଶ୍ବ ସମୁଦାୟ ସହିତ ଅଗ୍ରସର ହେବା ଉପରେ ଗୁରୁତ୍ବ ଦେଉଛି ବୋଲି ସେ କହିଛନ୍ତି।
ଅପରପକ୍ଷରେ ​ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଆନ୍ତର୍ଜାତିକ ସମ୍ପର୍କ କିଭଳି ରକ୍ଷା କରାଯାଏ ତାହା ଇମ୍ରାନଙ୍କୁ ଜଣା ନାହିଁ। ସେଥିପାଇଁ ସେ ବାରମ୍ବାର ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେଉଛନ୍ତି। ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର ଜାତିସଙ୍ଘ ସାଧାରଣ ପରିଷଦ ବୈଠକରେ ଇମ୍ରାନଙ୍କ ଭାଷଣ ଓ ସେଠାରୁ ଫେରି ନିଜ ଦେଶରେ କାଶ୍ମୀର ପାଇଁ ‘ଜିହାଦ’ ଆହ୍ବାନ ଦେବାକୁ ଉଦ୍ଧାର କରି ଏଭଳି କହିଛନ୍ତି। ‘ଜିହାଦ’ (ଧର୍ମ ଯୁଦ୍ଧ) ପାଇଁ ଆହ୍ବାନ ଦେବା ଜଣେ ରାଷ୍ଟ୍ର ମୁଖ୍ୟଙ୍କ ପକ୍ଷରେ ଆଦୌ ଏକ ସାଧାରଣ ମନ୍ତବ୍ୟ ନୁହେଁ ବୋଲି ରବିଶ କହିଛନ୍ତି। ଏଥିସହିତ ଜାତିସଙ୍ଘରେ ମାଲେସିଆ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ସେ ତୀକ୍ଷ୍ଣ ସମାଲୋଚନା କରି କହିଛନ୍ତି ଯେ କାଶ୍ମୀର ସମ୍ପର୍କରେ ଏହି ରାଷ୍ଟ୍ର ତଥ୍ୟ ଆଧାରିତ କଥାବାର୍ତ୍ତା କରିବା ଉଚିତ। ଭାରତ ସହିତ ସୁସମ୍ପର୍କ ରକ୍ଷାର ମାନସିକତା ମଧ୍ୟ ରକ୍ଷାକରିବା ଉଚିତ ବୋଲି ରବିଶ କହିଛନ୍ତି। ସେହିପରି ତୁର୍କୀକୁ ମଧ୍ୟ ଏହି ପ୍ରସଙ୍ଗରେ ସେ ସମାଲୋଚନା କରିଛନ୍ତି। ତୁର୍କୀ ସରକାର କାଶ୍ମୀର ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବା ପୂର୍ବରୁ ବାସ୍ତବତା ଅନୁଭବ କରିବାକୁ ସେ ଆହ୍ବାନ ଦେଇଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories