www.samajalive.in
Monday, December 15, 2025
26.1 C
Bhubaneswar

ଆଜିଠାରୁ ଏମ୍‌ବିବିଏସ୍‌ ଶେଷବର୍ଷ ପରୀକ୍ଷା

କଟକ: କରୋନା କଟକଣା ଭିତରେ ଆଜିଠାରୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଏମ୍‍ବିବିଏସ୍‍ ଶେଷବର୍ଷ ବିଦ୍ୟାର୍ଥୀଙ୍କ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। କରୋନା ଗାଇଡ ଲାଇନ ପାଳନ କରି ମେଡିକାଲ କର୍ତ୍ତୃପକ୍ଷ ଏହି ପରୀକ୍ଷା ଆୟୋଜନ କରୁଛନ୍ତି। ଏସସିବି ମେଡିକାଲ କଲେଜରେ ପ୍ରାୟ ୨୫୦ଜଣ ବିଦ୍ୟାର୍ଥୀ ଏହି ପରୀକ୍ଷା ଦେବେ। ପରୀକ୍ଷା କେନ୍ଦ୍ରକୁ ସମ୍ପୂର୍ଣ୍ଣ ବିଶୋଧନ କରାଯାଇଥିବାବେଳେ ସାମାଜିକ ଦୂରତା, ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ପରୀକ୍ଷାର୍ଥୀମାନେ ପ୍ରକୋଷ୍ଠକୁ ପ୍ରବେଶ କରିବା ପୂର୍ବରୁ ସାନିଟାଇଜ ହେବେ ବୋଲି କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପରୀକ୍ଷା ହଲରେ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଚଳତିବର୍ଷ ୩ଟି ପ୍ରକୋଷ୍ଠରେ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ୨୦ଦିନ ପୂର୍ବରୁ ହଷ୍ଟେଲରେ ରହିବା ବାଧ୍ୟତାମୂଳକ କରାଯାଇଥିବା ମେଡିକାଲ କଲେଜ ସୂତ୍ରରୁ ଜଣାପଡିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories