www.samajalive.in
Friday, December 12, 2025
14.1 C
Bhubaneswar

ଆଜିଠାରୁ ଏମ୍‌ବିବିଏସ୍‌ ଶେଷବର୍ଷ ପରୀକ୍ଷା

କଟକ: କରୋନା କଟକଣା ଭିତରେ ଆଜିଠାରୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଏମ୍‍ବିବିଏସ୍‍ ଶେଷବର୍ଷ ବିଦ୍ୟାର୍ଥୀଙ୍କ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। କରୋନା ଗାଇଡ ଲାଇନ ପାଳନ କରି ମେଡିକାଲ କର୍ତ୍ତୃପକ୍ଷ ଏହି ପରୀକ୍ଷା ଆୟୋଜନ କରୁଛନ୍ତି। ଏସସିବି ମେଡିକାଲ କଲେଜରେ ପ୍ରାୟ ୨୫୦ଜଣ ବିଦ୍ୟାର୍ଥୀ ଏହି ପରୀକ୍ଷା ଦେବେ। ପରୀକ୍ଷା କେନ୍ଦ୍ରକୁ ସମ୍ପୂର୍ଣ୍ଣ ବିଶୋଧନ କରାଯାଇଥିବାବେଳେ ସାମାଜିକ ଦୂରତା, ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ପରୀକ୍ଷାର୍ଥୀମାନେ ପ୍ରକୋଷ୍ଠକୁ ପ୍ରବେଶ କରିବା ପୂର୍ବରୁ ସାନିଟାଇଜ ହେବେ ବୋଲି କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପରୀକ୍ଷା ହଲରେ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଚଳତିବର୍ଷ ୩ଟି ପ୍ରକୋଷ୍ଠରେ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ୨୦ଦିନ ପୂର୍ବରୁ ହଷ୍ଟେଲରେ ରହିବା ବାଧ୍ୟତାମୂଳକ କରାଯାଇଥିବା ମେଡିକାଲ କଲେଜ ସୂତ୍ରରୁ ଜଣାପଡିଛି।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories