ଚୋରୀ ମାମଲାରେ ଏମବିଏ ଛାତ୍ରୀ ଗିରଫ
ଭୁବନେଶ୍ବର: ରାଜଧାନୀରେ ଜଣେ ଏମବିଏ ପଢୁଥିବା ଛାତ୍ରୀ ଚୋରୀ ଭୁବେଅଭିଯୋଗରେ ଗିରଫ ହୋଇଛନ୍ତି। ରହୁଥିବା ହଷ୍ଟେଲରୁ ମୋବାଇଲ ଓ ଲାପଟପ ଚୋରୀ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ହଷ୍ଟେଲରୁ ମୋବାଇଲ ଓ ଲାପଟପ ଚୋରୀ କରିବା ପରେ ଛାତ୍ରୀ ଜଣଙ୍କ ସହଯୋଗୀଙ୍କ ଜରିଆରେ ଚୋରୀ ସାମଗ୍ରୀ କଲକାତା ଓ ବାଂଲାଦେଶ ପଠାଉଥିଲେ। ଅଭିଯୁକ୍ତ ଛାତ୍ରୀକୁ ଗିରଫ କରି ଇନଫୋସିଟି ପୁଲିସ ପଚରାଉଚୁରା କରୁଛି।
ଗିରଫ ହୋଇଥିବା ଅଭିଯୁକ୍ତ ଛାତ୍ରୀ ରାଜଧାନୀର ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଏମବିଏ ଦ୍ବିତୀୟ ବର୍ଷରେ ପଢୁଥିବା ସୂଚନା ମିଳୁଛି। ଛାତ୍ରୀଙ୍କଠାରୁ ୪ଟି ମୋବାଇଲ ଓ ୩ଟି ଲାପଟପ ପୁଲିସ ଜବତ କରିଛି।
ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଥିବା ଏହି ଛାତ୍ରୀ ହଷ୍ଟେଲ୍ରେ ରହୁଥିଲା। ସେଠାରେ ରହୁଥିବା ସାଙ୍ଗଙ୍କ ରୁମ୍ରେ ପଶି ଲାପ୍ଟପ୍ ଓ ମୋବାଇଲ୍ ଚୋରି କରୁଥିଲା। ଆଉ ଚୋରି ସାମଗ୍ରୀକୁ କଲକାତା ଓ ବାଂଲାଦେଶ ଚାଲାଣ କରୁଥିଲା। ଇନ୍ଫୋସିଟି ଥାନା ପୁଲିସ୍ ଏହି ଛାତ୍ରୀ ଓ ତା’ ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଇନ୍ଫୋସିଟି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟର ଏମ୍ବିଏ ହଷ୍ଟେଲ୍ରୁ ବାରମ୍ୱାର ଲାପ୍ଟପ୍ ଓ ମୋବାଇଲ ଚୋରି ହେଉଥିବା ଅଭିଯୋଗ କରାଯାଉଥିବା। ଏନେଇ ହଷ୍ଟେଲ୍ରେ ରହୁଥିବା ଦୁଇ ଏମ୍ବିଏ ଛାତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କମିଶନରେଟ ପୁଲିସ ସେମାନଙ୍କ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ଏହାପରେ ପୁଲିସ୍ ହଷ୍ଟେଲ୍ର କିଛି ଛାତ୍ରୀଙ୍କୁ ପଚରାଉଚରା କରିଥିଲା। ପଚରା ଉଚରା ବେଳେ ଏମ୍ବିଏ ଦ୍ୱିତୀୟ ବର୍ଷର ଜଣେଙ୍କ ଉପରେ ପୁଲିସ୍ ସନ୍ଦେହ ହୋଇଥିଲା। ଏହା ପରେ ପୁଲିସ୍ ତାଙ୍କୁ ଘନ ଘନ ଜେରା କରିଥିଲା। ଶେଷରେ ଛାତ୍ରୀଜଣକ ନିଜ ଦୋଷ ସ୍ୱୀକାର କରିଥିଲା। ହଷ୍ଟେଲ୍ ରୁମ୍ରେ ପଶି ମୋବାଇଲ୍ ଓ ଲାପ୍ଟପ୍ ଚୋରି କରୁଥିବା ମାନିନେଇଥିଲା।
କମିଶନରେଟ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀରେ କଲକାତା ମୂଳବାସିନ୍ଦା ଏହି ଛାତ୍ରୀ ହଷ୍ଟେଲ୍ରେ ରହୁଥିଲା। କଥା ହେବା ବାହାନାରେ ସେ ଚତୁରତାର ସହ ସାଥୀଙ୍କ ରୁମ୍ରେ ପଶୁ ଥିଲା। ଆଉ ସମୟ ସୁବିଧା ଦେଖି ଚୋରି କରୁଥିଲା। ତା’ପରେ ଚୋରି ଲାପ୍ଟପ୍ ଓ ମୋବାଇଲ୍କୁ ଅହମ୍ମଦ ହୁସେନ୍ ନାମକ ଜଣେ ବ୍ୟକ୍ତିକୁ ବିକି ଦେଉଥିଲା। ତା’ଠାରୁ ମୋଟା ଅଙ୍କର ଅର୍ଥ ପାଉଥିଲା। ଅହମ୍ମଦ ହୁସେନ୍ ଚୋରା ଲାପ୍ଟପ୍ ଓ ମୋବାଇଲ୍କୁ କଲକାତା ପଠାଉ ଦେଉଥିଲା। ସେଠାରୁ ବାଂଲାଦେଶ ଚାଲାଣ ହେଉଥିଲା। ବଂଲାଦେଶ ଚାଲାଣ ନେଇ କମିଶନରେଟ୍ ପୁଲିସ୍ ସୂଚନା ପାଇଛି। ଏହି ଲୁଟ୍ପାଟ୍ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ତଦନ୍ତ ଚଳାଇଛି ବୋଲି ପୁଲିସ ପକ୍ଷରୁ ପ୍ରକାଶ କରାଯାଇଛି।
Comments are closed.