www.samajalive.in
Saturday, December 13, 2025
18.1 C
Bhubaneswar

ଭାଲୁ ଆକ୍ରମଣରେ ବାଳକ ଗୁରୁତର

ଖୁଣ୍ଟା : ସାଇଁକୁଳା ନିକଟରେ ସୋମବାର ଭୋର ସମୟରେ ଜନୈକ ବାଳକ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିବା ଜଣାପଡିଛି। ଆହତ ବାଳକ ଜଣଙ୍କ ଖୁଣ୍ଟା ଥାନା ତଥା ଗୋପବନ୍ଧୁ ନଗର ବ୍ଲକ କଣ୍ଟିସାହି ଗ୍ରାମର ଦୀନବନ୍ଧୁ ବିନ୍ଧାଣୀଙ୍କ ପୁଅ ଶୁଭଙ୍କର(୧୧)। ରବିବାର ରାତିରେ ମକର ପଲା ଜାଳିବା ପାଇଁ ଶୁଭଙ୍କର ଗ୍ରାମର ଅନ୍ୟ ସାଙ୍ଗ ମାନଙ୍କ ସହିତ ସୋନ ନଦୀ କୁଳକୁ ଯାଇଥିଲା। ମକର ପଲା ଜାଳିସାରି ଫେରିବା ବେଳେ ପଛରେ ଥିବା ଏକ ଭାଲୁ ଅଚାନକ ଶୁଭଙ୍କରକୁ ପଛରୁ ଆକ୍ରମଣ କରିଥିଲା। ଅନ୍ୟମାନେ କିଛି ବୁଝିବା ପୂର୍ବରୁ ସେମାନଙ୍କ ସହିତ ଥିବା ଦୁଇ ବୁଲା କୁକୁର ଭାଲୁ ଉପରେ ଆକ୍ରମଣ କରିଥିଲେ। କୁକୁର ମାନଙ୍କ ଭୟରେ ଭାଲୁ ଶୁଭଙ୍କରକୁ ଛାଡି ପଳାଇ ଯାଇଥିଲା। ଅନ୍ୟ ଜଣେ ବ୍ୟକ୍ତି ଶୁଭଙ୍କରକୁ ଉଦ୍ଧାରକରି ନେଇ ଯାଉଥିବା ବେଳେ ଭାଲୁଟି ପୂନର୍ବାର ଆକ୍ରମଣ କରିଥିଲେ ମଧ୍ୟ କୁକୁରମାନଙ୍କ ଭୟରେ ଫେରିଯାଇଥିଲା। ଶୁଭଙ୍କର ପିଠିରେ ଏକାଧିକ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପ୍ରଚୁର ରକ୍ତ ସ୍ରାବ ହେବାରୁ ତାକୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ଆବଶ୍ୟକ ଚିକିତ୍ସା ପରେ ଡାକ୍ତର ଆହତକୁ ଘରକୁ ପଠାଇ ଦେଇଛନ୍ତି। ଘଟଣା ବାବଦରେ ପରିବାର ପକ୍ଷରୁ ପୁଲିସ ଓ ବନ ବିଭାଗକୁ ଅବଗତ କରାଯାଇଛି। ଭାକୁଟି ନୀଳଗିରି କିମ୍ବା କୁଲଡିହାରୁ ଆସିଥିବା ଅନୁମାନ କରାଯାଉଛି। ଆହତଙ୍କୁ କ୍ଷତିପୁରଣ ଦେବାକୁ ଦାବି ହେଉଛି। ତେବେ ଦୁଇ କୁକୁରଙ୍କ ପାଇଁ ଶୁଭଙ୍କର ନିଜର ଜୀବନ ଫେରିପାଇଥିବା ଆଲୋଚନା ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories