ମୟୁରଭଞ୍ଜ : ମୟୁରଭଞ୍ଜ କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଇଭୋଳ ବଜାର ଅଞ୍ଚଳରେ ଦୁର୍ବୃତ୍ତମାନେ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ସୁନା ଗହଣା ଓ ନଗଦ ଟଙ୍କା ସହ ପ୍ରାୟ ୧୭ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।
ମିଳିିଥିବା ସୂଚନାନୁଯାୟୀ, ଚଢେଇଭୋଳ ବଜାର ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ପରିବାର ସହ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଘରେ କେହି ନଥିବାର ସୁଯୋଗ ନେଇ ଦିବାଲୋକରେ ତାଙ୍କ ଘରେ ପଶି ଆଲମିରା ଭାଙ୍ଗି ସୁନା ,ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିଲେ। ପରିବାର ଲୋକେ ଘରେ ପହଞ୍ଚି ଜିନିଷପତ୍ର ଏଣେତେଣେ ପଡିଥିବା ସହ ଟଙ୍କା ସୁନା ନଥିବା ଦେଖିଥିଲେ। ଏନେଇ କରଞ୍ଜିଆ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଘରେ ପଶି ୧୭ ଲକ୍ଷର ସୁନା,ଟଙ୍କା ଲୁଟିଲେ ଦୁର୍ବୃତ୍ତ
Popular Categories



