www.samajalive.in
Sunday, December 14, 2025
26.1 C
Bhubaneswar

ଚିଲିଖମା ଗାଁରୁ ବାସନ୍ଦ ଘଟଣାକୁ ନେଇ ଥାନାରେ ହେଲା ବୈଠକ, ଗ୍ରାମବାସୀଙ୍କ ଉପସ୍ଥିତିରେ ହେଲା ସମାଧାନ

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଚିଲିଖମା ଗ୍ରାମରେ ଏକ ପରିବାରକୁ କିଛି ଦିନ ତଳେ ହୋଇଥିବା ବାସନ୍ଦ ଘଟଣାକୁ ନେଇ ମଙ୍ଗଳବାର ଦିନ ଏକ ବୈଠକ ବୁଗୁଡ଼ା ଥାନାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସ୍ଥାନୀୟ ତହସିଲଦାର ସଂଗ୍ରାମ କେଶରୀ ଜେନା, ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରା, ଏସ୍ଆଇ ମନୋଜ କୁମାର ପ୍ରଧାନ ଏବଂ ଚିଲିଖମା ଗ୍ରାମ୍ଯ କମିଟି ଓ ବାସନ୍ଦ ପରିବାର ଉପସ୍ଥିତ ଥାଇ ଘଟଣାର ସମାଧାନ ହୋଇଥିଲା.। ପ୍ରକାଶ ଯେ, ପୂର୍ବରୁ ପାଣି ସମସ୍ଯାକୁ ନେଇ ଉଭୟ ଚିଲିଖମା ଓ ଗୋଲାବନ୍ଧ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଗତ ନଭେମ୍ବର ୨୬ ତାରିଖରେ ଚିଲିଖମା ଗ୍ରାମର ଏକ ପରିବାର ଗୋଲାବନ୍ଧ ଗ୍ରାମରାସ୍ତା ଦେଇ ନିଜ ଘରକୁ ଫେରିଥିଲେ। ଏହାକୁ ନେଇ ଉକ୍ତ ପରିବାରକୁ ଚିଲିଖମା ଗ୍ରାମ କମିଟି ପକ୍ଷରୁ  ସାମାଜିକ ବାସନ୍ଦ କରିଥିଲେ । ସେହି ପରିବାର ନିରୂପାୟ ହୋଇ ଗାଁ ଛାଡି ଅନ୍ୟତ୍ର ରହିବା ସହ ଥାନାର ଆଶ୍ରୟ ନେଇଥିଲେ ।  ଉକ୍ତ ପରିବାରର ଅଭିଯୋଗକୁ ଭିତ୍ତିକରି ଥାନାରେ କେସ୍ ନଂ ୩୭୯/୨୦ରେ ଏକ ମାମଲା ରୁଜୁ ହୋଇଥିଲା । ତାପରେ ଆଜି ବୁଗୁଡ଼ା ଥାନା ପରିସରରେ ଥାନା ଅଧିକାରୀ ଓ ତହସିଲଦାରଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଚିଲିଖମା ଗ୍ରାମବାସୀଙ୍କ ତରଫରୁ ସଭାପତି ଶଙ୍କର୍ଷଣ ରାଉତ, ଉପସଭାପତି ରାମଚନ୍ଦ୍ର ପ୍ରଧାନ, ସଂପାଦକ ସୁରେନ୍ଦ୍ର ପ୍ରଧାନ, କୋଷାଧକ୍ଷ ଚନ୍ଦ୍ର ଶେଖର ପ୍ରଧାନ ଓ ଅଭିଯୋଗକାରୀ ମଧ୍ୟ ଉପସ୍ଥିତ ଥିଲେ । ତହସିଲଦାରଙ୍କ ଉପସ୍ଥିତରେ ଉଭୟ ପକ୍ଷର ଅଭିଯୋଗ ଓ ପ୍ରତିଅଭିଯୋଗ ଶୁଣାଣି ପରେ ଏଥିରେ କୌଣସି ସାକ୍ଷ୍ଯ ପ୍ରମାଣ ମିଳିନଥିଲା । ସମ୍ବିଧାନକୁ ଦୃଷ୍ଟିରେ ରଖି ବାସନ୍ଦ ବ୍ଯବସ୍ଥା ଲାଗୁ ନକରିବା ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଆପୋଷ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories