www.samajalive.in
Sunday, December 14, 2025
19.1 C
Bhubaneswar

ବିଧାୟକ ବାଣ୍ଟିଲେ କଦଳୀ ଚାରା

କ.ନୂଆଗାଁ: କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ମହାସିଙ୍ଗ୍ ପଞ୍ଚାୟତର ଲିମାରପଦର ଗ୍ରାମଠାରେ ବାଲିଗୁଡ଼ା ଆଇଟିଡ଼ିଏ ପକ୍ଷରୁ ଆଜି ୪୦ ଜଣ ଆଦିବାସୀ ଚାଷୀଙ୍କୁ ଜଣକ ପିଛା ୩୦୦ଟି ଲେଖାଏଁ ଟିସୁ କଲଚର ଜି ନ୍ଧବନ୍ ପ୍ରଜାତିର କଦଳୀ ଚାରା ରୋପଣ ପାଇଁ ପ୍ରଦାନ କରଯାଇଛି। ଯାହାକି ୧୦ମାସ ମଧ୍ୟରେ ଉନ୍ନତ ମାନର ଫଳ ପ୍ରଦାନ କରିପାରିବ। ଏହି ଚାଷରେ ଅଳ୍ପ ସମୟ ମଧ୍ୟରେ ଚାଷୀ ସ୍ୱାବଲମ୍ବି ହୋଇ ପାରିବ। ବୃକ୍ଷର ରକ୍ଷଣାବେକ୍ଷଣ ବାବଦକୁ ପ୍ରଶାସନ ପକ୍ଷରୁ ତାରବାଡ଼ ପ୍ରଦାନ କରାଯିବ ବୋଲି ପ୍ରକଳ୍ପ ପରିଚାଳକ ସୀମରନ୍ ନାୟକ ସୂଚନା ଦେଇଛନ୍ତି।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳିର ବିଧାୟକ ଚକ୍ରମଣି କହଁର ଯୋଗଦେଇ ଚାଷୀଙ୍କୁ ଚାରା ପ୍ରଦାନ କରିବା ସହିତ ଚାଷ ଜମିରେ ନଡ଼ିଆ ଫଟାଇ ଶୁଭ ଉଦ୍ଘାଟନ କରି କଦଳୀ ଚାରା ରୋପଣ କରିଥିଲେ। ସମୁଦାୟ ୧୨୦୦୦ କଳଦୀ ଚାରା ପ୍ରଦାନ କରାଯାଇଥିବା ବେଳେ ଚାଷୀ ମିଥୁନ୍ ମଲିକ, କଂସ ପ୍ରଧାନ, ରିଚାରସନ୍ ମଲିକ, ରତ୍ନାକର ମଲିକ ପ୍ରମୁଖ ଏହି ଅବସରରେ ପ୍ରଶାସନକୁ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବାଲିଗୁଡ଼ା ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶୁରେଶ ପ୍ରଧାନ, କାର୍ଯ୍ୟଦକ୍ଷକ ଚନ୍ଦ୍ରକାନ୍ତ କହଁର, ଅଚ୍ୟୁତା ପାତ୍ର, ମିଲନ ଦିଗାଲ ଓ ଅନ୍ୟମାନେ ଯୋଗଦେଇଥିବା ବେଳେ ପ୍ରକଳ୍ପ ପରିଚାଳକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲୋ

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories