ସହଦେବ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ବର: ସଫେଇ ସଂଘ ନେତା ସହଦେବ ନାୟକ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ରମା ନାୟକକୁ ଗିରଫ କଲା ପୁଲିସ । ରମା ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ ପରେ ତାଙ୍କୁ ଗିରଫ କରିଛି ପୁଲିସ । ଗତ ଜାନୁଆରୀ ୮ ତାରିଖରେ ସଫେଇ ସଂଘ ନେତା ସହଦେବ ନାୟକଙ୍କୁ ବିଚ୍ ରାସ୍ତାରେ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାଡ । ପରେ ଅନ୍ୟ ଜଣଙ୍କୁ କାବୁ କରିଥିବା ବେଳେ ଆଜି ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଛନ୍ତି ମୁଖ୍ୟ ଅଭିଯୁକ୍ତ ରମା ନାୟକ । ପୂର୍ବ ଶତ୍ରୁତା ଓ ନିଶା କାରବାର ନେଇ ଏହି ହତ୍ୟା କାଣ୍ଡ ହୋଇଥିଲା । ଏହି ହତ୍ୟା ପାଇଁ ସୁପାରୀ ଦେଇଥିଲେ ରମା । ଏବେ ହତ୍ୟାର ୪୦ ଦିନ ପରେ ଆତ୍ମସମର୍ପଣ କରିଛନ୍ତି ମୁଖ୍ୟ ଅଭିଯୁକ୍ତ ରମା ନାୟକ ।
Comments are closed.