www.samajalive.in
Saturday, December 13, 2025
26.1 C
Bhubaneswar

ରାଜମିସ୍ତ୍ରିଙ୍କ ପୁଅ ହେଲେ ପ୍ରଶାସନିକ ସେବା ଅଧିକାରୀ

ଭଣ୍ଡାରିପୋଖରୀ : ଦୃଢ଼ ଇଚ୍ଛାଶକ୍ତି ସଫଳତା ଆଣି ଦିଏ । ନିଷ୍ଠା ରଖି ଅଧ୍ୟୟନ କଲେ ଆର୍ଥିକ ପ୍ରତିବନ୍ଧକକୁ ଏଡ଼ାଇଯାଇ କୃତିତ୍ୱ ଅର୍ଜନ କରିବା ସମ୍ଭବ ହେବ ବୋଲି ଓଡ଼ିଶା ପ୍ରାଶାସନିକ ସେବା(ଓଏଏସ)ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ମିରହସନପୁର ଗ୍ରାମର ଆଶିଷ କୁମାର ରାଉତ କହିଛନ୍ତି । ୨୦୧୯ ମସିହା ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆଶିଷ କୃତକାର୍ଯ୍ୟ ହୋଇଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି। ଆଶିଷଙ୍କ ବାପା ନାରାୟଣ ରାଉତ ଜଣେ ସୁଦକ୍ଷ ରାଜମିସ୍ତ୍ରି ଭାବେ ପରିଚିତ ଓ ମା’ ପୂର୍ଣ୍ଣିମା ଜଣେ ଗୃହିଣୀ। ତେବେ ମେଧାବୀ ଛାତ୍ର ଥିବା ଆଶିଷ ପିଲାବେଳୁ ଜଣେ ଭଲ ମଣିଷ ହେବା ସହ ଭାରତୀୟ ପ୍ରାଶାସନିକ ସେବା ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥିଲେ। ଭାରତୀୟ ପ୍ରାଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ଲକ୍ଷ୍ୟ ରଖି ପ୍ରସ୍ତୁତି କରୁଥିବା ବେଳେ ଚଳିତ ବର୍ଷ ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଗତ ୨୦୧୯ ମସିହାରେ ସେ ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗରେ ଉପବିଭାଗ ଅଧିକାରୀ ଭାବେ ଚାକିରିରେ ଯୋଗଦେଇ କାର୍ଯ୍ୟରତ ଅଛନ୍ତି । ଓଡ଼ିଶା ପ୍ରାଶାସନିକ ସେବା ଅଧିକାରୀ ଭାବେ ସେ ସାଧାରଣ ଲୋକଙ୍କ ସେବା ସହ ପ୍ରାଶାସନିକ ସ୍ୱଚ୍ଛତା ରକ୍ଷା ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories