www.samajalive.in
Saturday, December 6, 2025
26.1 C
Bhubaneswar

ଯାଜପୁରରେ କରୋନା ସତର୍କତା: ସମୂହ ନମାଜ ପାଠ ବନ୍ଦ ପାଇଁ ପ୍ରଶାସନର ନିଷ୍ପତ୍ତି

ଯାଜପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲା ପ୍ରଶାସନ ତାର ଉଦ୍ୟମ ଜାରି ରଖିଛି। ଗତକାଲି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ସର୍ବସାଧାରଣ ଦର୍ଶନକୁ ବନ୍ଦ ପାଇଁ ପ୍ରଶାସନ ନିଷ୍ପତ୍ତି ନେବା ପରେ ମସ୍‌ଜିଦ୍‌ଗୁଡିକରେ ହେଉଥିବା ସମୂହ ନମାଜ ପାଠ ବନ୍ଦ କରିବାକୁ ଗୁରୁବାର ନିଷ୍ପତ୍ତି ହୋଇଛି। ଏ ନେଇ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତିନିଧିମାନେ ଏହି ବୈଠକରେ ଯୋଗ ଦେଇଥିଲେ। ନମାଜ ପାଠ କରିବାକୁ ଚାହୁଁଥିବା ବ୍ୟକ୍ତି ମସ୍‌ଜିଦ୍‌କୁ ନ ଆସି ନିଜ ଘରେ ରହି ନମାଜ ପାଠ କରିବାକୁ ପରାମର୍ଶ ଦିଆଯାଇଛି। ସାହି ମସ୍‌ଜିଦ୍‌ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ କରିବାକୁ ପ୍ରଶାସନ ନିବେଦନ କରିଛି। ଏଥିସହିତ ଯେଉଁମାନେ ଦେଶ ବାହାରୁ ଆସୁଛନ୍ତି ସେମାନଙ୍କ ସୂଚନା ପ୍ରଶାସନକୁ ଦେବାକୁ ନିବେଦନ କରାଯାଇଛି। ସେମାନେ ହୋମ୍ କ୍ୱାରେନ୍‌ଟାଇନ ଭାବେ ୧୪ ଦିନ ରହିଲେ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ପ୍ରଶାସନର ଏପରି ନିଷ୍ପତ୍ତିକୁ ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ଗ୍ରହଣ କରାଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories