www.samajalive.in
Saturday, December 6, 2025
15.1 C
Bhubaneswar

ଅନ୍‌ଲାଇନ୍ ପ୍ଲାଟଫର୍ମରେ ବଢୁଛି ମାରୁତି ସୁଜୁକିର ଚାହିଦା; ବିକ୍ରି ହେଲାଣି ୨ ଲକ୍ଷରୁ ଅଧିକ କାର

ନୂଆଦିଲ୍ଲୀ : ଅନ୍‌ଲାଇନ୍ ପ୍ଲାଟଫର୍ମରେ ମାରୁତି ସୁଜୁକି କାରର ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଉଛି ।କମ୍ପାନି ପକ୍ଷରୁ ଅନଲାଇନ୍‌ରେ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ କାର ବିକ୍ରି ହୋଇସାରିଛି ।ମାରୁତି ପ୍ରଥମେ ୨୦୧୮ରେ ଏହାର ଅନଲାଇନ୍ ବିକ୍ରୟ ଚ୍ୟାନେଲ ଲଞ୍ଚ କରିଥିଲା । ସେବେଠାରୁ କମ୍ପାନୀର ଅନ୍‌ଲାଇନ୍ ବିକ୍ରି ପ୍ରତି ମାସରେ କ୍ରମାଗତ ଭାବେ ବୃଦ୍ଧି ପାଇଛି ।କମ୍ପାନୀର କହିବାନୁସାରେ, ଏପ୍ରିଲ ୨୦୧୯ ପର୍ଯ୍ୟନ୍ତ ମାରୁତି ଏହାର ଡିଜିଟାଲ ପ୍ଲାଟଫର୍ମ ଜରିଆରେ ୨ ଲକ୍ଷ କାର ବିକ୍ରି କରିସାରିଛି ।

ମାରୁତି ସୁଜୁକି ପକ୍ଷରୁ କୁହାଯାଇଛି ଯେ, ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଏହାର ବିକ୍ରି ପାଞ୍ଚଗୁଣ ବୃଦ୍ଧି ପାଇଛି, ଯାହା ବର୍ତ୍ତମାନ ମୋଟ ବିକ୍ରିର ୨୦ ପ୍ରତିଶତ ଅଟେ। କମ୍ପାନୀ ଆହୁରି ମଧ୍ୟ କହିଛି ଯେ, କୋଭିଡ -୧୯ ସମ୍ବନ୍ଧୀୟ କାରଣରୁ ଗତ ପାଞ୍ଚ ମାସ ମଧ୍ୟରେ ଡିଜିଟାଲ ପ୍ଲାଟଫର୍ମକୁ ୩୩ପ୍ରତିଶତରୁ ଅଧିକ ବୃଦ୍ଧି କରିଛି।ମାରୁତି ସୁଜୁକି ଅକ୍ଟୋବରରେ ୧୭୨୮୬୨ଗାଡି ବିକ୍ରି କରିଥିଲା ।ଏହାର ଅର୍ଥ ହେଉଛି ଅକ୍ଟୋବର ମାସରେ, ମାରୁତିର ବିକ୍ରି ପୂର୍ବ ବର୍ଷ ତୁଳନାରେ ୧୯% ବୃଦ୍ଧି ପାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories