www.samajalive.in
Monday, December 15, 2025
16.1 C
Bhubaneswar

ନିଜ ଜୀବନସାଥିକୁ ବାଛିବା ସମୟରେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ

ବିବାହ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଓ ନିଷ୍ପତ୍ତି। ନିଜର ଜୀବନସାଥିକୁ ବାଛିବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଆସନ୍ତୁ ଜାଣିବା ରାଶି ଅନୁଯାୟୀ, ବିବାହ ପାଇଁ ପ୍ରଥମ ଦେଖା କେଉଁ ବାର ଓ କିପରି ହେବା ଉଚିତ……….
ମେଷ –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ସୋମବାର, ଶୁକ୍ରବାର କିମ୍ବା ମଙ୍ଗଳବାର ହେବା ଉଚିତ। ସନ୍ଧ୍ୟା ୭ଟା ପରେ ଏହି କାର୍ୟ୍ୟକ୍ରମ ରଖନ୍ତୁ ନାହିଁ। ଦେଖିବାକୁ ଆସିଥିବା ଅତିଥିଙ୍କୁ ଚାଉଳରେ ପ୍ରସ୍ତୁତ ଖାଦ୍ୟ କିମ୍ବା ଖିରୀ ନିଶ୍ଚୟ ଖାଇବାକୁ ଦିଅନ୍ତୁ। ମାତ୍ର ଶନିବାର ଓ ବୁଧବାର ଏହି କାର୍ୟ୍ୟକ୍ରମ ରଖିବା ଅନୁଚିତ।
ବୃଷ ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ବୁଧବାର, ଶୁକ୍ରବାର ଓ ଶନିବାର ଦିନ ଉତ୍ତମ ଅଟେ। ଏହି କାର୍ୟ୍ୟକ୍ରମ ୧୨ ଟା ପୂର୍ବରୁ ରଖନ୍ତୁ ନାହିଁ। ଖାଦ୍ୟରେ ଗୋଲାପ ଜାମୁ ନିଶ୍ଚୟ ଖୁଆନ୍ତୁ। ମଙ୍ଗଳବାର ଏହି କାର୍ୟ୍ୟକ୍ରମ ରଖିବା ଅନୁଚିତ।
ମିଥୁନ ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ବୁଧବାର ଓ ଶୁକ୍ରବାର ଦିନ ଉତ୍ତମ ଅଟେ। ସନ୍ଧ୍ୟା ୪ରୁ ୬ ଟା ସମୟରେ ଏହି କାର୍ୟ୍ୟକ୍ରମ ରଖନ୍ତୁ ନାହିଁ। ଖାଦ୍ୟରେ ଆଳୁରେ ପ୍ରସ୍ତୁତ ଖାଦ୍ୟ ନିଶ୍ଚୟ ଖୁଆନ୍ତୁ। ମଙ୍ଗଳବାର ଓ ରବିବାର ଏହି କାର୍ୟ୍ୟକ୍ରମ ରଖନ୍ତୁ ନାହିଁ।
କର୍କଟ ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଉତ୍ତମ ଅଟେ। ଗହମରେ ପ୍ରସ୍ତୁତ ମିଠା କିମ୍ବା ଚକୋଲେଟ ନିଶ୍ଚୟ ଖାଦ୍ୟରେ ରଖନ୍ତୁ। ଶନିବାର ଓ ରବିବାର ଏହି କାର୍ୟ୍ୟକ୍ରମ ରଖନ୍ତୁ ନାହିଁ।
ସନ୍ଧ୍ୟା ୭ ଟାପରେ ମଧ୍ୟ ଏହି କାର୍ୟ୍ୟକ୍ରମ ରଖନ୍ତୁ ନାହିଁ।
ସିଂହ ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ସୋମବାର, ମଙ୍ଗଳବାର ଓ ଗୁରୁବାର ରଖନ୍ତୁ। ସନ୍ଧ୍ୟା ୭ଟା ପରେ ଏହି କାର୍ୟ୍ୟକ୍ରମ ରଖନ୍ତୁ ନାହିଁ। ଖାଦ୍ୟରେ ମସଲାରେ ପ୍ରସ୍ତୁତ ଖାଦ୍ୟ ରଖନ୍ତୁ। ଖାଇବା ପରେ ଲବଙ୍ଗ ଓ ଗୁଜୁରାତି ଦିଅନ୍ତୁ। ଶନିବାର ଓ ବୁଧବାର ଏହି କାର୍ୟ୍ୟକ୍ରମ ରଖନ୍ତୁ ନାହିଁ।
କନ୍ୟା ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ଶୁକ୍ରବାର ଓ ବୁଧବାର ସର୍ବୋତ୍ତମ। ମଙ୍ଗଳବାର ଓ ରବିବାରରେ ଏହି କାର୍ୟ୍ୟକ୍ରମ ରଖନ୍ତୁ ନାହିଁ। ବେସନରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ନିଶ୍ଚୟ ଖାଦ୍ୟରେ ରଖନ୍ତୁ।
ତୁଳା ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ଶନିବାର ଓ ଶୁକ୍ରବାର ରଖନ୍ତୁ। ଖାଦ୍ୟରେ ଚକୋଲେଟ ଓ ଗୋଲାପଜାମୁ ନିଶ୍ଚୟ ରଖନ୍ତୁ। ସୋମବାର ଓ ଗୁରୁବାର ଏହି କାର୍ୟ୍ୟକ୍ରମ ରଖନ୍ତୁ ନାହିଁ।
ବିଛା ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ରବିବାର, ସୋମବାର ଓ ଗୁରୁବାର ସର୍ବୋତ୍ତମ। ଖାଦ୍ୟରେ ମିଠା ଦ୍ରବ୍ୟ ଓ କ୍ଷୀରରେ ପ୍ରସ୍ତୁତ ଖାଦ୍ୟଦ୍ରବ୍ୟ ନିଶ୍ଚୟ ରଖନ୍ତୁ। ବୁଧବାର ଓ ଶନିବାର ଏହି କାର୍ୟ୍ୟକ୍ରମ ରଖନ୍ତୁ ନାହିଁ।
ଧନୁ ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ମଙ୍ଗଳବାର ଓ ରବିବାର ସର୍ବୋତ୍ତମ। ଖାଦ୍ୟରେ ମୁଗରେ ପ୍ରସ୍ତୁତ ହାଲୱା ଓ ବର୍ଫି ରଖନ୍ତୁ। ବୁଧବାର ଓ ଶନିବାର ଏହି କାର୍ୟ୍ୟକ୍ରମ ରଖନ୍ତୁ ନାହିଁ।
ମକର ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ଶୁକ୍ରବାର, ବୁଧବାର ଓ ଶନିବାର ସର୍ବୋତ୍ତମ। ପାନୀୟରେ ବିଭିନ୍ନ ଜୁସ ଓ ସରବତ ରଖନ୍ତୁ। ମଙ୍ଗଳବାର ଓ ଗୁରୁବାର ଏହି କାର୍ୟ୍ୟକ୍ରମ ରଖନ୍ତୁ ନାହିଁ।
କୁମ୍ଭ ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ଶୁକ୍ରବାର ଓ ବୁଧବାର ସର୍ବୋତ୍ତମ। ଖାଦ୍ୟରେ ଗୋଲାପଜାମୁ ନିଶ୍ଚୟ ରଖନ୍ତୁ। ରବିବାର ଓ ସୋମବାର ଏହି କାର୍ୟ୍ୟକ୍ରମ ରଖନ୍ତୁ ନାହିଁ।
ମୀନ ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ସୋମବାର, ମଙ୍ଗଳବାର ଓ ଗୁରୁବାର ସର୍ବୋତ୍ତମ। ଖୁଆରେ ପ୍ରସ୍ତୁତ ମିଠା ଖାଦ୍ୟରେ ନିଶ୍ଚୟ ରଖନ୍ତୁ। ଶୁକ୍ରବାର ଓ ଶନିବାର ଏହି କାର୍ୟ୍ୟକ୍ରମ ରଖନ୍ତୁ ନାହିଁ।

Hot this week

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories