www.samajalive.in
Saturday, December 6, 2025
15.1 C
Bhubaneswar

ବିବାହ ଭୋଜି ରୋକିଲା ପ୍ରଶାସନ : ଦଶ ହଜାର ଜରିମାନା

ଲକ୍ଷ୍ମୀପୁର, ୨୪।୫(ନି.ପ୍ର) – କୋଭିଡ କଟକଣା ନମାନି ଚାଲିଥିବା ଏକ ବିବାହ ଭୋଜି ଉପରେ ଚଢାଉ କରି ପ୍ରଶାସନ ପକ୍ଷରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। କରୋନା କଟକଣାକୁ ନମାନି ଲକ୍ଷ୍ମୀପୁର ବ୍ଲକର ବୁର୍ଜା ଗ୍ରାମରେ ଏକ ବିବାହ ଭୋଜି ଚାଲିଥିବା ପୁଲିସ ଖବର ପାଇଥିଲା। ଲକ୍ଷ୍ମୀପୁର ତହସିଲଦାର୍ ବନବିହାରୀ ଧିଣ୍ଡା, ଥାନା ଅଧିକାରୀ ଗୌରହରି ସାହୁ ସଦଳବଳେ ଗ୍ରାମରେ ପହଞ୍ଚି ଭୋଜିକୁ ବନ୍ଦ କରିଥିଲେ।
ସରକାର ବର୍ତ୍ତମାନ ବିବାହ ଉତ୍ସବ ଓ ଭୋଜି ଭାତକୁ ନିଷିଦ୍ଧ କରିଛନ୍ତି । କେବଳ ୨୫ ଜଣରେ ବିବାହ ନୀତି ସମ୍ପନ୍ନ କରାଯିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ମହାମାରୀ ନିୟମଉଲଙ୍ଘନ କରାଯାଇ ଭୋଜିଭାତର ଆୟୋଜନ ହେଉଥିବା କାରଣରୁ ଆୟୋଜକଙ୍କ ଠାରୁ ୧୦ହଜାର ଟଙ୍କା ଜୋରିମାନା ଆଦାୟ କରାଯିବା ସହିତ ସେଠାରେ ଲଗା ଯାଇଥିବା ଟେଣ୍ଟ କୁ ଆଇ. ଆର. ବି. ଯବାନମାନଙ୍କ ଦ୍ଵାରା ଖୋଲି ଦିଆଯାଇଛି ।
ସେହିପରି ଦୁଇଦିନ ଧରି ଚାଲିଥିବା ସପ୍ତାହନ୍ତ ବନ୍ଦ ପରେ ସୋମବାର ଲକ୍ଷ୍ମୀପୁର ବଜାରରେ ପ୍ରବଳ ଭିଡ ହୋଇଥିଲା। ବଜାର ଠାରୁ ୫ଶହ ମିଟର ଦୂରରେ ମଟର ସାଇକଲ ରଖି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ଲୋକେ ମାନୁ ନାହାଁନ୍ତି। ଏଭଳି ପରିସ୍ଥିତି ଦେଖି ଏସ. ଆଇ ସମ୍ବିତ ସ୍ଵାଇଁ ଓ ଏସ. ଆଇ ସୁଜାତା କଅଁର ବଜାର ଉପରେ ଚଢାଉ କରି ଅନେକ ଅମାନିଆ ମଟର ସାଇକଲ ଚାଳକଙ୍କ ସମେତ ଗହଳି ଜମାଇଥିବା କିଛି ଲୁଗା ଦୋକାନୀଙ୍କ ଠାରୁ ୯ହଜାର ୭ଶହ ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories