www.samajalive.in
Saturday, December 6, 2025
15.1 C
Bhubaneswar

ମୁହଁରେ ମାସ୍କ ପିନ୍ଧି ବେଦୀରେ ବସିଲେ ବର-କନ୍ୟା

ସୁନ୍ଦରଗଡ଼: ସାମାଜିକ ଦୂରତ୍ୱ ଓ ପରମ୍ପରା, ପ୍ରତିଶୃତିକୁ ଆଗରେ ରଖି କରୋନାକୁ ପଛରେ ପକାଇ ଏକ ବିବାହ ଉତ୍ସବ ଲେଫ୍ରିପଡ଼ା ବ୍ଲକର ଝାରଗାଁ ଗ୍ରାମରେ ଅନୁଷ୍ଠିତ ହେବା ଘଟଣା ସମଗ୍ର ସୁନ୍ଦରଗଡ଼ରେ ଚର୍ଚ୍ଚାର ବିଷୟ ହୋଇଛି। ସହରର ଜଣାଶୁଣା ସମାଜସେବୀ ତଥା ଗାୟତ୍ରୀ ସାଧିକା ସ୍ନେହଲତା ପଟେଲ ଓ ମଦନମୋହନ ପଟେଲଙ୍କ ଏକମାତ୍ର ପୁତ୍ର ଅମ୍ରିତଙ୍କ ବିବାହ ଝାରଗାଁ ଗ୍ରାମର ଅରୁଣ ପଟେଲ ଓ ସୁଷମାଙ୍କ କନ୍ୟା ଶୁଭଶ୍ରୀଙ୍କ ବିବାହ ଉତ୍ସବ ସଂପୂର୍ଣ୍ଣ ରିତୀନିତୀରେ ସଂପନ୍ନ ହୋଇଛି । ଗୋଟିଏ ପଟେ କରୋନାର ପ୍ରଭାବରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍‍ ଡାଉନ୍‍ ଅନ୍ୟ ପଟେ ବିବାହ ଭଳି ଏକ ଶୁଭ ଓ ମାଙ୍ଗଳିକ କାର୍ଯ୍ୟକୁ ସଂପାଦନ କରିବାରେ ଉଭୟ ପରିବାରଙ୍କ ତତ୍ପରତା ଓ ପଦକ୍ଷେପ କମ ସ୍ୱାଗତ ଯୋଗ୍ୟ ପ୍ରସଙ୍ଗ ନୁହେଁ । ବିବାହ ତିଥି ଓ ଲକ୍‍ ଡାଉନ୍‍କୁ ଗୁରୁତ୍ୱ ଦେଇ ସଂପୂର୍ଣ୍ଣ ସାମାଜିକ ଦୂରତ୍ୱକୁ ବଜାୟ ରଖିବା ସହ ମାସ୍କ ଓ ସାନିଟାଇଜର୍‍ ବ୍ୟବହାର ଉପରେ ମଧ୍ୟ ଉଭୟ ପରିବାର ଗୁରୁତ୍ୱ ଦେଇଥିଲେ । ଏହି ବିବାହ ଉତ୍ସବରେ ହାତଗଣତି ବରଯାତ୍ରୀ ଓ କନ୍ୟା ଘର ପକ୍ଷ ମଧ୍ୟ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ଭୁଲି ନଥିଲେ । ଲକ୍‍ ଡାଉନ୍‍ ସମୟରେ ଏଭଳି ଏକ ଶୃଙ୍ଖଳିତ ବିବାହ ଉତ୍ସବକୁ ଜିଲା ପ୍ରଶାସନର ବରିଷ୍ଠ ପଦାଧିକାରୀ ମାନେ ମଧ୍ୟ ବେଶ ପସନ୍ଦ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories