www.samajalive.in
Saturday, December 6, 2025
14.1 C
Bhubaneswar

ଗୁରୁବାର ବ୍ରତ ଦୂର କରିଥାଏ ବିବାହ ସମସ୍ୟା

ବହୁ ଲୋକେ ଜୀବନରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ରତ ଓ ପୂଜାର୍ଚ୍ଚନା କରିଥାଆନ୍ତି। ସମସ୍ୟା ଅନୁଯାୟୀ ନିର୍ଦ୍ଦିଷ୍ଟ ବାରରେ ପୂଜା କରାଯାଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ଶାସ୍ତ୍ର ଅନୁଯାୟୀ, ଗୁରୁବାରରେ ବ୍ରତ କରିବା ଦ୍ୱାରା ବିବାହରେ ଆସୁଥିବା ବାଧା ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି। ଗୁରୁବାର ଦିନଟି ବୃହସ୍ପତିଙ୍କ ବାର ହେବା ସହ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ। ବୃହସ୍ପତିଙ୍କ କୃପାରୁ ବୈବାହିକ ଜୀବନର ଯୋଗ ସୃଷ୍ଟି ହୋଇଥାଏ। ଏହା ସହ ବୃହସ୍ପତିଙ୍କ କୃପାରୁ ଦାମ୍ପତ୍ୟ ଜୀବନ ସୁଖମୟ ମଧ୍ୟ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃହସ୍ପତିଙ୍କୁ ବିବାହର କାରକ ଗ୍ରହ ବୋଲି କୁହାଯାଏ। ଜାତକରେ ବୃହସ୍ପତିଙ୍କ ସ୍ଥିତି ସଠିକ ରହିଲେ ବିବାହ ଯୋଗ ହୋଇଥାଏ। ମାତ୍ର ବିବାହରେ ଯଦି ବାଧା ସୃଷ୍ଟି ହେଉଥାଏ ତେବେ ବୃହସ୍ପତି ସ୍ଥିତି ଜାତକରେ ସୁଦୃଢ କରିବା ପାଇଁ କିଛି ବିଶେଷ ଉପାୟ ଆପଣାଇବାକୁ ପଡ଼ିଥାଏ।
ଶାସ୍ତ୍ର ଅନୁଯାୟୀ ଜାତକରେ ସପ୍ତମ ଭାଗ ବୈବାହିକ ଜୀବନ ସହ ଗଭୀର ସମ୍ବନ୍ଧ ରହିଛି। ବୃହସ୍ପତିଙ୍କୁ ସପ୍ତମ ଭାଗର କାରକ ଗୁରୁ ଗ୍ରହ ବୋଲି କୁହାଯାଏ। ମଙ୍ଗଳକୁ ମଧ୍ୟ ବିବାହର କାରକ ଗ୍ରହ ବୋଲି କୁହାଯାଏ। ତେଣୁ କୁହଯାଏ ଯେ, ଜାତକରେ ସପ୍ତମ ଭାଗରେ ବୃହସ୍ପତି ଓ ମଙ୍ଗଳ ସଠିକ ଭାବେ ନରହିଲେ ବିବାହରେ ସମସ୍ୟା ସୃଷ୍ଟି ହୋଇଥାଏ। ଏହି କାରଣରୁ କୁହାଯାଏ ଯେଉଁମାନଙ୍କ ବିବାହରେ ବାଧା ସୃଷ୍ଟି ହୁଏ ସେମାନେ ଗୁରୁବାର ବ୍ରତ ଓ ବୃହସ୍ପତିଙ୍କୁ ପୂଜା କରିବା ଆବଶ୍ୟକ। ଏପରି କରିବା ଦ୍ୱାରା ବିବାହ ସହ ଜଡ଼ିତ ସମସ୍ୟା ଦୂର ହୋଇଥାଏ।
ଜାଣନ୍ତୁ କିଭଳି କରିବେ ବ୍ରତ ଓ ଏହାର ବିଧି ବିଷୟରେ ଜାଣନ୍ତୁ….
ସକାଳ ସମୟରେ ଉଠି ସ୍ନାନ ସାରି ହଳଦିଆ ବସ୍ତ୍ର ପରିଧାନ କରନ୍ତୁ।
ବୃହସ୍ପତିଙ୍କ ପ୍ରତିମା ସମ୍ମୁଖରେ ଦହି, କ୍ଷୀର ,ମହୁ, ଘିଅ, ଚିନି, ହଳଦିଆ ପୁଷ୍ପ ରଖନ୍ତୁ ଓ ପୂଜାର୍ଚ୍ଚନା କରନ୍ତୁ।
ଭୋଗରେ ଚଣା ଓ ଗୁଡ଼ ଅର୍ପଣ କରନ୍ତୁ।
ଭୋଗ ଲଗାଇ ‘ଓଁ ବୃହସ୍ପତେ ନମଃ’ ମନ୍ତ୍ରର ଜପ କରନ୍ତୁ।
ମନ୍ତ୍ର ଜପ କରିବା ପରେ ବୃହସ୍ପତିଙ୍କ ସମ୍ମୁଖରେ ଆଳତୀ କରନ୍ତୁ।
ଅସହାୟଙ୍କୁ ହଳଦିଆ ଫଳ ଦାନ କରନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories