www.samajalive.in
Saturday, December 13, 2025
21.1 C
Bhubaneswar

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ ଘୋଷଣା, କରୋନା ଆଉ ବିଶ୍ୱ ମହାମାରୀ ନୁହେଁ

ନୂଆଦିଲ୍ଲୀ: କରୋନା ମହାମାରୀ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବଡ଼ ଘୋଷଣା। କୋଭିଡ-୧୯ ଏବେ ବିଶ୍ବ ମହାମାରୀ ନୁହେଁ ବୋଲି ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ବିଶ୍ବରୁ କରୋନା ମହାମାରୀ ଶେଷ ହେବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଘୋଷଣା କରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ କରୋନା ଏବେ ଆଉ ବିଶ୍ୱ ମହାମାରୀ ନୁହେଁ। ତେବେ ସ୍ୱାସ୍ଥ୍ୟ ପ୍ରତି କରୋନାର ବିପଦ ରହିଛି। ଏହାସହ ଏବେ ବିଶ୍ୱ ପାଇଁ କରୋନା ଏକ ମହାମାନରୀ ନୁହେଁ ବୋଲି ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିଛି।

ଏଠାରେ ସୂଚନାଯୋଗ୍ୟ ଯେ ୨୦୨୦ ମସିହା ମାର୍ଚ୍ଚ ମାସରୁ ଦେଶରେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବାକୁ ସରକାର କଟକଣା ଲଗାଇଥିଲେ। ଏହାପୂର୍ବରୁ ଚାଇନାରେ କରୋନା ଭୂତାଣୁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଥିଲା। ନିର୍ଦ୍ଧିଷ୍ଟ କିଛି ଦେଶକୁ ଛାଡି ଏହି କରୋନା ଭୂତାଣୁ ବିଶ୍ୱର ଅଧିକାଂଶ ଦେଶରେ ଏକ ମହାମାରୀ ଭାବେ ଉଭା ହୋଇଥିଲା ଓ ନିଜର ପ୍ରଭାବ ଜାରି ରଖିଥିଲା।

- Advertisement -

ଏହି ଭୂତାଣୁ ସଂକ୍ରମଣ ଫଳରେ ସରକାରୀ ଭାବେ କମ ରହିଥିଲେ ବି ବାସ୍ତବରେ ସାରା ବିଶ୍ବର ବିଭିନ୍ନ ଦେଶରେ କୋଟି କୋଟି ଲୋକଙ୍କର ଜୀବନ ଯାଇଥିଲା। ସାରା ବିଶ୍ୱ ଏହି ମହାମାରୀର ପ୍ରଭାବରେ ସ୍ତବ୍ଧ ହୋଇ ଯାଇଥିଲା । ଏହି ମହାମାରୀ ପାଇଁ ବିଶ୍ୱ ଏବେ ଆର୍ଥିକ ମାନ୍ଦାବସ୍ଥାକୁ ସାମ୍ନା କରିଛି। ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଘୋଷଣା ପରେ ସାରା ବିଶ୍ବର ଜନସାଧାରଣଙ୍କୁ ଆଶ୍ବସ୍ତି ମିଳିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories