ବଜାରରୁ ୨ ହଜାର ଟଙ୍କିଆ ନୋଟ୍‌ ଗାଏବ; ଷଡ଼ଯନ୍ତ୍ର ଆଶଙ୍କା ଦର୍ଶାଇଲେ ଶିବରାଜ

0

ନୂଆଦିଲ୍ଲୀ : ଗୋଟିଏ ପଟେ ଏଟିଏମ୍‌ରେ ଅର୍ଥାଭାବ ଦେଖାଦେଇଥିବାବେଳେ ଅନ୍ୟ ପଟେ ବଜାରରୁ ୨୦୦୦ ଟଙ୍କା ନୋଟ୍‌ ବିଶେଷ ଦେଖିବାକୁ ମିଳୁନାହିଁ। ଏହି ନୋଟ୍‌ ଗାଏବ୍‌ ହେବା ପଛରେ ଷଡ଼ଯନ୍ତ୍ର ଆଶଙ୍କା ଦର୍ଶାଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌। ଏକ କୃଷକ ସମ୍ମିଳନୀରେ ଉଦ୍‌ବୋଧନ ଦେବାବେଳେ ସେ କହିଛନ୍ତି, ବିମୁଦ୍ରାୟନ ପୂର୍ବରୁ ୧୫,୦୦,୦୦୦ କୋଟି ଟଙ୍କାର ନୋଟ୍‌ ବଜାରରେ ଆବଣ୍ଟନ କରାଯାଇଥିଲା। ବିମୁଦ୍ରାୟନ ପରେ ଏହି ଆବଣ୍ଟନ ପରିମାଣ ୧୬,୫୦,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା; କିନ୍ତୁ ଏବେ ବଜାରରୁ ୨୦୦୦ ଟଙ୍କାର ନୋଟ୍‌ ଗାଏବ ହୋଇଯାଇଛି। ଏକ ଷଡ଼ଯନ୍ତ୍ର କ୍ରମେ ଏହି ପରିସ୍ଥିତି ଜାଣିଶୁଣି ସୃଷ୍ଟି କରାଯାଇଥିବା ସେ ଦର୍ଶାଇଛନ୍ତି। ରାଜ୍ୟ ସରକାର ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରୁଥିବା ସେ ପ୍ରକାଶ କରିଛନ୍ତି।

Leave A Reply