www.samajalive.in
Monday, December 15, 2025
26.1 C
Bhubaneswar

ମେରାଇନ ଇଂଜିନିୟର ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜାମିନ

କଟକ: ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଥିବା ମେରାଇନ ଇଂଜିନିୟର ବୈଜୟନ୍ତ ପ୍ରସାଦ ମହାନ୍ତି ହତ୍ୟା ମାମଲାରେ ହାଇକୋର୍ଟ ଆବେଦନକାରିଣୀ ସସ୍ମିତା ମହାନ୍ତି ଓ ତାଙ୍କ ସାଥୀ କୁମାର ଚନ୍ଦନ ପତିଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମାମଲାରେ ଅାଇନଜୀବୀ ଦେବୀ ପ୍ରସାଦ ଧଳ ମାମଲା ପରିଚାଳନା କରୁଥିଲେ। ଏହି ମାମଲାର ତଦନ୍ତ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ୬ ମାସରୁ ଅଧିକ ସମୟ ଆବେଦନକାରୀ ଜେଲରେ ରହି ସାରିଛନ୍ତି। ଏଥି ସହିତ ତାଙ୍କ ବିରୋଧରେ ସିଧା ସଳଖ ପ୍ରମାଣ ଏହି ମାମଲାରେ ନାହିଁ ବୋଲି ଶୁଣାଣି ସମୟରେ ଦର୍ଶାଯାଇଥିଲା। ଏଥି ସହ ଘଟଣା ଦିନ ଆବେଦନକାରିଣୀଙ୍କ କାର୍ଯ୍ୟାଳୟରେ ବୈଜୟନ୍ତ ପ୍ରସାଦ ମହାନ୍ତି ପହଞ୍ଚିଥିଲେ। ତାଙ୍କ ଫୋନ୍ କଲ୍ ଆବେଦନକାରିଣୀ ଉଠାଉ ନଥିଲେ। ତେଣୁ ସେ ବିନା ସୂଚନାରେ ସେଠାରେ ପହଞ୍ଚିଥିଲେ। ‌ଏଥି ସହିତ ପୁରୁଣା ସଂପର୍କ ଜାରି ରଖିବାକୁ ସେ ଆବେଦନକାରିଣୀଙ୍କ ନିକଟରେ ପହଞ୍ଚିଥିବା ବେଳେ ଏ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପାଟି ଶୁଣି ଆବେଦନ କାରିଣୀଙ୍କ ସହକର୍ମୀ ପହଞ୍ଚିଥିଲେ। ଉଭୟ ସେଠାରୁ ତାଙ୍କୁ ବାହାର କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସେ ତଳେ ପଡି ଯାଇଥିଲେ। ତୁରନ୍ତ ଆବେଦନକାରିଣୀ ଓ ଅନ୍ୟମାନେ ଥାନାକୁ ଯାଇ ଘଟଣା ସଂପର୍କରେ ଅବଗତ କରିଥିଲେ। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ଆବେଦନର ଶୁଣାଣି କରି ନିମ୍ନ ଅଦାଲତ ସର୍ତ୍ତ ରଖି ସସ୍ମିତା ମହାନ୍ତି, କୁମାର ଚନ୍ଦନ ପତିଙ୍କୁ ଜାମିନରେ ଛାଡିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories