www.samajalive.in
Saturday, December 6, 2025
16.1 C
Bhubaneswar

ଅବସର ନେବେ ଅମ୍ପାୟାର ଇରାସମସ୍‌

ୱେଲିଙ୍ଗଟନ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଶୃଙ୍ଖଳା ଶେଷ ​ହେବା ପରେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଅମ୍ପାୟାରିଂ କରିବାରୁ ଅବସର ନେବେ ଦକ୍ଷିଣ ଆଫ୍ରିକାର ମାରାଇସ ଇରାସମସ୍‌। ଦକ୍ଷିଣ ଆଫ୍ରିକା ଘରୋଇ କ୍ରିକେଟ୍‌ରେ ଜଣେ ଅଲରାଉଣ୍ଡର ଭାବେ ଖେଳିଥିବା ଇରାସମସ୍‌ ୨୦୦୬ ପରଠାରୁ ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟାର ଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି। ସେ ୮୦ଟି ଟେଷ୍ଟ, ୧୨୪ଟି ଏକଦିବସୀୟ ଓ ୪୩ଟି ଟ୍ବେଣ୍ଟି୨୦ ମ୍ୟାଚରେ ଅମ୍ପାୟାର ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଏଥିସହ ସେ ୧୮ଟି ମହିଳା ଟି୨୦ ମ୍ୟାଚରେ ଅମ୍ପାୟାର ଭାବେ କାର୍ଯ୍ୟ କରିଥିଲେ। ଅବସର ଗ୍ରହଣ କରିବା ସମ୍ପର୍କରେ ସୂଚନା ଦେଇ ଇରାସମସ୍‌ କହିଥିଲେ ଦୀର୍ଘବର୍ଷ ଧରି ଆଇସିସି ଅମ୍ପାୟାର ଭାବେ ଦାୟିତ୍ବ ତୁଲାଇଥିବାରୁ ବେଶ୍‌ ସନ୍ତୁଷ୍ଟ ଅଛନ୍ତି। ତେବେ ଅବସର ନେବାକୁ ଏହା ଉପଯୁକ୍ତ ସମୟ ବୋଲି ମନେ କରି ସେ ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନାଥାଉକି ଇରାସମସ୍‌ ୨୦୧୬, ୨୦୧୭ ଓ ୨୦୨୧ରେ ଆଇସିସିର ଶ୍ରେଷ୍ଠ ଅମ୍ପାୟାର ଭାବେ ପୁରସ୍କୃତ ହୋଇଥିଲେ। ଭବିଷ୍ୟତ ଯୋଜନା ସମ୍ପର୍କରେ ଇରାସମସ୍‌ କହିଥିଲେ କିଛିମାସ ସେ ନିଜ ପରିବାର ସହ ଅତିବାହିତ କରି ବିଭିନ୍ନ ସ୍ଥାନକୁ ବୁଲି ଯିବାକୁ ଯୋଜନା କରିଛନ୍ତି। ପରବର୍ତ୍ତୀ ସମୟରେ ସେ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସହ ଜଡ଼ିତ ହେବାକୁ ଲକ୍ଷ୍ୟ ରଖିଛନ୍ତି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories